ଜୟପୁର: ମହିଳାଙ୍କୁ ଗଣଦୁଷ୍କର୍ମ, ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ, ଉତ୍ତେଜନା

Advertisment
ଜୟପୁର: ମହିଳାଙ୍କୁ ଗଣଦୁଷ୍କର୍ମ, ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ, ଉତ୍ତେଜନା

ଜୟପୁର: ଦୁଇଜଣ ଯୁବକଙ୍କ ପାଶବିକ କାମନାର ଶିକାର ହୋଇଥିବା ଜଣେ ୩୨ ବର୍ଷୀୟା ମହିଳାଙ୍କର ଆଜି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଚିକିତ୍ସି ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାରେ ସଦର ଥାନା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ଅଭିଯୁକ୍ତମାନଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିଛି।
ଜୟପୁର ସଦର ଥାନା ଅଞ୍ଚଳରେ ରହୁଥିବା ଜଣେ ୩୨ ବର୍ଷୀୟା ମହିଳାଙ୍କ ସ୍ୱାମୀ ଜଣେ ମାନସିକ ଅନଗ୍ରସର ବ୍ୟକ୍ତି। ତାଙ୍କ ଶାଶୁ ଜଣେ ଦୃଷ୍ଟିହୀନ ମହିଳା। ତାଙ୍କର ଦୁଇଟି ପୁଅ ଅଛନ୍ତି। ତେବେ ଗତ ୫ ତାରିଖ ରାତିରେ ଜୟପୁର ବ୍ଲକ୍‌ ସିଆଡ଼ିମାଳ ଗ୍ରାମର କମଳଲୋଚନ ଦଣ୍ଡସେନା(୨୫ ବର୍ଷ) ତାଙ୍କ ସାଙ୍ଗ ରମେଶ ଦଣ୍ଡସେନା(୨୫ ବର୍ଷ) ମହିଳାଙ୍କ ଘର ଭିତରେ ଯୋର ଜବରଦସ୍ତ ପଶି ତାଙ୍କୁ ଅତି ଅମାନୁଷିକ ଭାବେ ଗଣଦୁଷ୍କର୍ମ କରିଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟଜନକ ହେବାରୁ ମହିଳାଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ସକାଳେ ଏହି ଗଣଦୁଷ୍କର୍ମର ଶିକାର ହୋଇଥବା ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ଗାଁ ଲୋକେ ମେଡିକାଲରେ ପହଞ୍ଚିିବା ପରେ ସେଠାରେ ଉତ୍ତେଜନା ଲାଗି ରହିଛି। ସୂଚନାଯୋଗ୍ୟ ଯେ ଏହି ଗଣ ଦୁଷ୍କର୍ମ ସମ୍ପର୍କରେ ମହିଳାଙ୍କ ସ୍ୱାମୀ ଓ ଶାଶୁ ଜୟପୁର ସଦର ଥାନାରେ ଅଭିଯୋଗ କରିବା ପରେ ସଦର ଥାନା ପୁଲିସ ମେଡିକାଲରେ ପହଞ୍ଚି ପୀଡ଼ିତାଙ୍କ ବୟାନ ନେଇ ଏକ ମାମଲା ରୁଜୁ କରିବା ସହିତ ଏହି ଘଟଣାରେ କମଳଲୋଚନ ଓ ରମେଶଙ୍କୁ ଗିରଫ କରିଛି। ଅପରପକ୍ଷେ ସାଇଣ୍ଟିଫିକ୍‌ ଟିମ୍‌ ପୀଡ଼ିତା ମହିଳାଙ୍କ ଘରକୁ ଯାଇ ସେଠାରୁ ବିଭିନ୍ନ ନମୂନା ସଂଗ୍ରହ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe