୧୦୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ 

୧୦୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ 

ଖୋର୍ଦ୍ଧା: ଗତକାଲି ଟାଉନ୍ ଥାନା ପୁଲିସ ଏକ ଦାମୀ କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୧୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା । ଆଜି ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଫେରାର୍ ଥିବା ଅନ୍ୟଜଣେ ଅଭିଯୁକ୍ତକୁ ଧରିବାକୁ ପୁଲିସ ତନାଘନା ଆରମ୍ଭ କରିଛି ।

ଆଜି ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଖୋର୍ଦ୍ଧା ଗ୍ରାମାଂଚଳ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା କହିଲେ ଯେ ୨୮ ତାରିଖ ଅପରାହ୍ଣରେ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ନିକଟସ୍ଥ ରିଲାଏନ୍ସ ପେଟ୍ରୋଲ୍ ପମ୍ପ ରାସ୍ତାରୁ ଫୁଲବାଣୀରୁ ଭୁବନେଶ୍ୱର ଯାଉଥିବା ଏକ କାରରୁ ୫ଟି ବ୍ୟାଗ ଭର୍ତି ୧୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା ।

ଏହି ମାମଲାରେ ଓଡି ୦୨ ଏଏଲ୍ ୫୧୬୦ ନମ୍ବର ବିଶିଷ୍ଟ ଏକ ହୋଣ୍ଡା ଏମେଜ୍ କାରକୁ ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି । ତେବେ ଚଢ଼ଉ ବେଳେ କାରରେ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ହୋଇଯାଇଛି । ଫେରାର୍ ଅଭିଯୁକ୍ତକୁ ଧରିବାକୁ ଅନୁସନ୍ଧାନ ଆରମ୍ଭ ହୋଇଛି । ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇଥିବା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଜାମୁସାହିର ଆକାଶ କୁମାର ସାହୁ (୨୫)କୁ ଗିରଫ କରାଯାଇଛି ।

ଏନେଇ ୩୮୩/୨୦୨୧ରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମାମଲାର ଅଧିକ ତଦନ୍ତ ଦାୟିତ୍ୱ ଶିଳ୍ପାଞ୍ଚଳ ଫାଣ୍ଡିର ଅଧିକାରୀ ଦିଗବିଜୟ ବିଶ୍ୱାଳଙ୍କୁ ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଡିପିଓ ସୁଶୀଲ ମିଶ୍ର, ଟାଉନ୍ ଥାନା ଆଇଆଇସି ସଂଜୟ କୁମାର ପଟ୍ଟନାୟକ, ଡିଏସ୍ପି ସୁଜିତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe