୧ କ୍ବିଣ୍ଟାଲ ୧୬ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

Advertisment
୧ କ୍ବିଣ୍ଟାଲ ୧୬ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ସୋନପୁର: ସୋନପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧ କ୍ବିଣ୍ଟାଲ ୧୬ କେଜି ଗଞ୍ଜେଇ ଜବତ କରାଯାଇଛି। ଅବକାରୀ ବିଭାଗ ସୂଚନା ଅନୁଯାୟୀ ବୁଧବାର ଏକ କାର୍‌ (ଓଡି-୧୦ଏଫ୍-୧୧୯୯)ରେ ମନମୁଣ୍ଡା ପଟରୁ ସୋନପୁର ଦେଇ ଗଞ୍ଜେଇ ଚୋରା ଚାଲଣ ହେଉଥିବା ଖବର ପାଇଁ ସୋନପୁର ଅବକାରୀ ବିଭାଗ କର୍ମଚାରୀ ତେଲନଦୀ ପାର୍ଶ୍ୱରେ ଜଗି ରହିଥିଲେ। ଅବକାରୀ ବିଭାଗକୁ ଦେଖି ଗଞ୍ଜେଇ ମାଫିଆ ଦ୍ରୁତ ଗତିରେ ଗାଡ଼ି ଚଲାଇ ଫେରାର ମାରୁଥିବାବେଳେ ଅବକାରୀ ବିଭାଗ ତାର ପିଛା କରିଥିଲେ।

ଫଳରେ ଚାଳକ ଗଞ୍ଜେଇ ସହ କାରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ନିକଟରେ ଛାଡ଼ି ‌ଫେରାର ମାରିଥିଲା। ପରେ ଅବକାରୀ ବିଭାଗ ଘଟଣାସ୍ଥଳରେ ପହଞ୍ଚି କାର ସହ କାରରେ ଥିବା ୧ କ୍ବିଣ୍ଟାଲ ୧୬ କେଜି ଗଞ୍ଜେଇକୁ ଜବତ କରିଥିଲେ।

ଅବକାରୀ ଅଧୀକ୍ଷକ ସାମୁଏଲ ଏକ୍କାଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉ ହୋଇଥିବାବେଳେ ଏଥିରେ ଅବକାରୀ ଇନ୍‌ସପେକ୍ଟର ରାଧାକାନ୍ତ ଭୋଇ, ଅବକାରୀ ଏସ୍‌ଆଇ ସୁଧୀର ମିଶ୍ର, ଏଏସ୍‌ଆଇ ସବିତା ପଟ୍ଟନାୟକ, ଏଏସ୍‌ଆଇ ପରମେଶ୍ବର ସୁନା, ପୃଥ୍ବୀରାଜ କଅଁର, ଡୋଳାମଣି ପ୍ରଧାନ, ପୁରବୀ ମାଝି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe