ଗଞ୍ଜେଇ ଜବତ, ୨ ଗିରଫ

Advertisment
ଗଞ୍ଜେଇ ଜବତ, ୨ ଗିରଫ

ଆରଡି: ଭଦ୍ରକଜିଲ୍ଲା ଆରଡିପୀଠ ଫାଣ୍ଡି ନିକଟସ୍ଥ ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ରାସ୍ତା ନିକଟରୁ ଆରଡି ପୁଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ୨ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ପାଖାପାଖି ଅଢେଇ କିଲୋ ଗଞ୍ଜେଇ ଜବତ କରିଛନ୍ତି। ଯାହାର ମୂଲ୍ୟ ୫୦ହଜାରରୁ ଊର୍ଧ୍ବ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଏହି ବେପାରୀ ୨ଜଣ ଯାଜପୁର ଜିଲ୍ଲାରୁ ନିୟମିତ ଭାବେ ଆସି ଆରଡି ଓ ଆଖପାଖ ଅଞ୍ଚଳକୁ ଗଞ୍ଜେଇ ଆଣି କିଛି ଚୋରା ବେପାରୀଙ୍କୁ ଦେଇଥାନ୍ତି। ତାହାସହ ଅନେକ ନିଶା ଜିନିଷ ମଧ୍ୟ ଆଣି ବେପାର କରିଥାନ୍ତି। କୌଣସି ସୂତ୍ରରୁ ପୁଲିସ ଖବର ପାଇ ଉକ୍ତ ବେପାରୀଙ୍କ ଉପରେ ଆରଡି ପୁଲିସ ନଜରରେ ରଖିଥିଲା। ଆଜି ଏପରି ଚଢାଉ ଆରଡି ପୁଲିସକୁ ବଡ ସଫଳତା ମିଳିଛି।

ଏହି ଚୋରା ଗଞ୍ଜେଇ ବେପାରୀଙ୍କୁ ଧରିବା ପାଇଁ ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ସହ ଫାଣ୍ଡିର ସମସ୍ତ ଷ୍ଟାଫ ଭଦ୍ରକ ଆଖଣ୍ଡଳମଣି ମୁଖ୍ୟରାସ୍ତାର ହନୁମାନଛକ ନିକଟରେ ସାଧା ପୋଷାକରେ ଜଗି ରହିଥିଲେ। ବେପାରୀ ୨ଜଣ ଏକ କାରରେ ଚୋରା ଗଞେଇ ଆଣୁଥିବା ସମୟରେ କାବୁ କରିଥିଲେ। କାରରେ ଥିବା ୨ ଚୋରା ଗଞ୍ଜେଇ ବେପାରୀଙ୍କୁ ଧରିବା ସହ ତାଙ୍କ ନିକଟରୁ ୨କେଜି ଗଞ୍ଜେଇ ଜବତ କରିଥିଲେ। ଏହି ଚଢାଉ ସମୟରେ ଆରଡି ଫାଣ୍ଡିଅଧିକାରୀ ଶ୍ରୀ ନାୟକଙ୍କ ସହ ହାବିଲଦାର ରମେଶ ମଲିକ, ଯଯାତି ପ୍ରଧାନ, ଗୌତ୍ତମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଅଭିଯୁକ୍ତଙ୍କୁ ଅଧିକ ପଚାରାଉଚରା ପାଇଁ ଧୁଷୁରୀ ଥାନାକୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe