୬୫ ଲକ୍ଷ ଟଙ୍କାର ଗଂଜେଇ ଜବତ, ଜଣେ ଗିରଫ

Advertisment
୬୫ ଲକ୍ଷ ଟଙ୍କାର ଗଂଜେଇ ଜବତ, ଜଣେ ଗିରଫ

Sambad

ଜୟପୁର: ବାହାର ରାଜ୍ୟକୁ ଗଂଜେଇ ପଠାଇବା ପାଇଁ କୋଟା ଛକର ଜଙ୍ଗଲ ମଧ୍ୟରେ ଚାଳିଥିଲା ପ୍ୟାକିଂ। ଏ ନେଇ ଆଜି ଦିନ ୨ଟା ୪୭ ମିନିଟ ବେଳେ ବିଶ୍ବସ୍ତସୂତ୍ରରୁ ସୂଚନା ପାଇ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ସବଇନିସ୍ପେକ୍ଟର ଶଙ୍କର ପଣ୍ଡାଙ୍କୁ ସଦଳବଳ ସହ ଚଢ଼ାଉ କରିବାକୁ ନିର୍ଦେଶ ଦେଇଥିଲେ। ଘଟଣାସ୍ଥଳରେ ସବଇନିସ୍ପେକ୍ଟର ଚଢ଼ାଉ କରିବାରେ ସେଠାରେ ବିପୁଳ ପରିମାଣର ଗଂଜେଇ ମିଳିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରିବାରେ ଏହା ୬୩୧ କିଲୋ ହୋଇଥିଲା।

publive-image Sambad

ଗଂଜେଇ ପ୍ୟାକିଂ ହେବା ପରେ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ମାଛକୁଣ୍ଡ ଥାନା ଅଂଚଳର ଉପାପଡ଼ା ଗାଁର ନରସିଂହ ପଢ଼ାଲ ସେଠାରେ ବୁଲେଟ ନଂ ଓଡି ୧୦ଜେ- ୯୭୯୮ ଧରି ଗାଡ଼ିକୁ ଅପେକ୍ଷା କରିଥିଲେ। ଅଭିଯୁକ୍ତ ନରସିଂହ ସେଠାରେ ଧରା ପଡ଼ିବା ସହ ଏହି ମାମଲାରେ ସେ ସଂପୃକ୍ତ ଥିବା ସ୍ବୀକାର କରିଥିବା କହିଛନ୍ତି ସଦରଥାନା ଅଧିକାରୀ। ତାଙ୍କ ଠାରୁ ବୁଲେଟ ବାଇକ ସହ ମୋବାଇଲ ଫୋନ ଜବତ ହୋଇଛି। ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୬୫ଲକ୍ଷ ହେବ ବୋଲି କହିଛନ୍ତି ସଦରଥାନା ଅଧିକାରୀ ଶ୍ରୀ ମହାକୁର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe