ପୁଲିସ ପକ୍ଷରୁ ଚଢ଼ାଉ ; ଆସିକା ବସ ଷ୍ଟାଣ୍ଡରୁ ୧୩୪ କେଜି ଗଞ୍ଜେଇ ସହିତ ଛଅ ଗିରଫ

Advertisment
ପୁଲିସ ପକ୍ଷରୁ ଚଢ଼ାଉ ; ଆସିକା ବସ ଷ୍ଟାଣ୍ଡରୁ ୧୩୪ କେଜି ଗଞ୍ଜେଇ ସହିତ ଛଅ ଗିରଫ

ଆସିକା : ରବିବାର ପୂର୍ବାହ୍ଣରେ ଆସିକା ବସଷ୍ଟାଣ୍ଡରେ ପୁଲିସର ଏକ ଟିମ ଚଢଉ କରି ୧୩୪ କିଲୋଗ୍ରାମ ଗଞ୍ଜେଇ ସହ ଛଅ ଜଣ ଯୁବକଙ୍କୁ ଗିରଫ କରିଛି । ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବିଶ୍ଵଜିତ ନାୟକଙ୍କ ନେତୃତ୍ବରେ ଏହି ଟିମ ଚଢଉ କରିଥିଲେ ।

ଗିରଫ ହୋଇଥିବା ଛଅ ଯୁବକ ହେଲେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ମହୁରୀ ଗ୍ରାମର ପୀତବାସ ଗୌଡ଼, ବିଶ୍ୱନାଥ ସାହୁ, ଟୁନା ଗୌଡ଼, ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ଼ ଗ୍ରାମର ସାଇବ ଗୌଡ଼, ଜିତୁ ଗୌଡ଼, ନିରାକାର ଗୌଡ଼ । ସେମାନଙ୍କୁ  କେସ ନମ୍ବର ୫୩୦/୨୦ ପ୍ରକାରେ କୋର୍ଟ ଚାଲାଣ କରାଯାଇଛି ।

ସେମାନଙ୍କ ନିକଟରୁ ୫ହଜ଼ାର ଟଙ୍କା, ୪ ଟି ମୋବାଇଲ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇ କହିଛନ୍ତି ଗିରଫ ହୋଇଥିବା ଅଭିଯୁକ୍ତ ମାନେ ମୋହନାରୁ ଅଣିଥିବା

ଏହି ଗଞ୍ଜେଇ ଭୁବନେଶ୍ୱର ଦେଇ ସୁରତ ନେବା ପାଇଁ ଆସିକା ବସ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ। ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଆଶୁତୋଷ ଗୌରବ କରଙ୍କ ଉପସ୍ଥିତରେ ଜବତ ଗ‌‌ଞ୍ଜେଇର ଓଜନ କରାଯାଇଛି।  ଗଞ୍ଜେଇ ବେପାରୀଙ୍କ ଏକ ରାକେଟ ଗଂଜାମ, କନ୍ଧମାଳ ଓ ଗଜପତି ଜିଲ୍ଲାର ବହୁ ସ୍ଥାନରୁ  ଗଞ୍ଜେଇ ଭୁବନେଶ୍ୱର ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ବୋଲି ଅଭିଯୋଗ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe