Sambad
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ୫୭ଟି ଜରି ଅଖାରେ ପଡୋଶୀ ଆନ୍ଧ୍ରପ୍ରଦେଶକୁ ବେଆଇନ ଚୋରା ଚାଲାଣ ନିମନ୍ତେ ବନ୍ଧା ହୋଇ ରହିଥିବା ଗଂଜେଇକୁ ଜବତ କରିଛି ଚିତ୍ରକୋଣ୍ଡା ପୁଲିସ। ସୂଚନା ଅନୁଯାୟୀ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ତାଙ୍କ ଟିମ ୬ ତାରିଖ ରାତିରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଂଚାୟତର ପଳାସପଦର ଗ୍ରାମରେ ଏକ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୁଲିସକୁ ଦେଖି କିଛି ଲୋକେ ଅନ୍ଧାରର ସୁଯୋଗ ନେଇ ଘର ପଛପଟ କବାଟ ଦେଇ ନିକଟରେ ଥିବା ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇବାର ସକ୍ଷମ ହୋଇଥିଲେ। ପୁଲିସ ସେଠାରୁ ୫୭ ଟି ଜରି ବସ୍ତାରେ ବେଆଇନ ଚୋରା ଚାଲାଣ ନିମନ୍ତେ ପ୍ରସୂତ ହୋଇରହିଥିବା ଗଞ୍ଜେଇ ସହ ଗୋଟେ ଡାମ୍ଫଣ, ଗୋଟେ ଓଜନ କରିବା ମେସିନ, ୨୦ ଟି ବ୍ରାଉନ କଲର ଟେପ ଓ ଏକ ପ୍ଲାଷ୍ଟିକ ଦଉଡି, ଜବତ କରିଛି।
ଜବତ ହୋଇଥିବା ୫୭ ବସ୍ତା ଗଂଜେଇକୁ ନେଇ ଚିତ୍ରକୋଣ୍ଡା ଥାନାରେ ଓଜନ ଟକାର ଯିବାରୁ ତାହା ୧୭୧୫ କେଜି ୭୦୦ କିଲୋଗ୍ରାମ ଜଣା ପଡିଥିଲା ବଜାର ଦର ଅନୁସାରେ ଏହି ଗଂଜେଇ ର ଆନୁମାନିକ ମୂଲ୍ୟ ଦେଢ଼ କୋଟି ରୁ ଉର୍ଦ୍ଧ ହେବବୋଲି ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ପକାଶ କରିଛନ୍ତି। ଏହି ସଂକ୍ରାନ୍ତରେ ଚିତ୍ରକୋଣ୍ଡା ଥାନା କେସ ନଂ ୪୬/୨୦୨୧ ଅନୁସାରେ ଏକ କେସ ରୁଜୁ କରାଯାଇଛି। ତଦନ୍ତ ଚାଲିଛି ଆଗକୁ ଅଭିଯୁକ୍ତ ଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।
Follow Us