ଗ‌ଞ୍ଜେଇ ଜବତ, ଜଣେ ଗିରଫ

ଗ‌ଞ୍ଜେଇ ଜବତ, ଜଣେ ଗିରଫ

Sambad

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ପୁଲିସକୁ ବଡ଼ ସଫଳତା। ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବାବେଳେ ଏକ କାରରୁ ଦୁଇ ବସ୍ତା ଗଞ୍ଜେଇ ଜବତ ହୋଇଛି। ୫୦.୦୮୦ କେଜି ଗଞ୍ଜେଇ ଜବତ ସହ ଦୁଇଟି ଜବତ କରିଛି ପୁଲିସ। ଏହାସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ସୂଚନାନୁଯାୟୀ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପୁଲିସ ପକ୍ଷରୁ ରାତ୍ରିକାଳୀନ ପେଟ୍ରୋଲିଂ ଚାଲିଥିବାବେଳେ ସନ୍ଦେହଜନକ ଅବସ୍ଥାରେ ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଟୋଲ ଗେଟ୍‌ ନିକଟରେ ଦ୍ରୁତ ଗତିରେ ଆସୁଥିବା କାରକୁ ପୁଲିସ ଅଟକାଇଥିଲା। ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ନେଇ ମାଫିଆ ଶାଳିଆ ଗୋଛା ଗ୍ରାମ ଭିତରକୁ ପଳାଇ ଯାଇଥିଲେ।

ପୁଲିସ ସେମାନଙ୍କୁ ପିଛା କରି ଗ୍ରାମ ଭିତରୁ ଗଞ୍ଜେଇ ଭର୍ତ୍ତି କାର ସହିତ ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳ ଜଣକ ଜଗତସିଂହପୁର ଥାନା ଅନ୍ତର୍ଗତ ସାଆଂରା ଆଇନପୁର ଗ୍ରାମର ଜୟସ୍ମିତା ପୁହାଣ(୩୦)। ଅନ୍ୟଜଣ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ରହିଛି। କନ୍ଧମାଳରୁ ଭୁବନେଶ୍ବରକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଛି। ତେବେ ଅଭିଯୁକ୍ତ ମହିଳାକୁ କୋର୍ଟ ଚାଲାଣ କରାଯାଇଥିବା ଦଶପଲ୍ଲା ଥାନା ଅଧିକାରୀ ମୁକେଶ କୁମାର ମୁକେଶ କୁମାର ବେ‌ହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe