କଣ୍ଟେନରରେ ଗଞ୍ଜେଇ ଚାଲାଣ; ଧରାପଡିଲେ ୩ ବେପାରୀ, ଜଣେ ହୋମଗାର୍ଡ

୪୩୮ କିଲୋ ଗଞ୍ଜେଇ ଓ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କଣ୍ଟେନରରେ ଗଞ୍ଜେଇ ଚାଲାଣ; ଧରାପଡିଲେ ୩ ବେପାରୀ, ଜଣେ ହୋମଗାର୍ଡ

Sambad

ଜୟପୁର: କୋରାପୁଟ ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜୟପୁର ସଦର ପୁଲିସ ତାହାକୁ କାବୁ କରିଛି। କଣ୍ଟେନରେ ଥିବା ଗଞ୍ଜେଇକୁ ଜବତ କରିବା ସହ ଡ୍ରାଇଭର ଓ କିଣିବା ବ୍ୟକ୍ତିକୁ ଗିରଫ କରିଛି। ଏହି ମାମଲାର ତଦନ୍ତ କରି ‌ଗଞ୍ଜେଇ ଯୋଗାଉଥିବା ୩ ଜଣ ବେପାରୀଙ୍କ ସହ ଜଣେ ଏସ୍କର୍ଟ କରୁଥିବା ବ୍ୟକ୍ତିକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନ‌େ ହେଲେ କଣ୍ଟେନର ଡ୍ରାଇଭର ଉତ୍ତରପ୍ରଦେଶର ତେଜ ବାହାଦୁର ସିଂ (୫୧) ଓ କିଣିବା ବ୍ୟକ୍ତି ଉମାଶଙ୍କର ସିଂ (୨୬)ଙ୍କ ସମେତ ଗଞ୍ଜେଇ ଯୋଗାଉଥିବା ବ୍ୟକ୍ତିମାନ‌େ ହେଲେ କୋଟପାଡ ଥାନା ଅନ୍ତର୍ଗତ ଡମଣାହାଣ୍ଡି ଗ୍ରାମର ବ୍ରଜେନ୍ଦ୍ର ବ୍ରହ୍ମା (୫୨), ଜୟପୁର ସଦରଥାନା ଅନ୍ତର୍ଗତ ଏରାପଲ୍ଲୀ ଗ୍ରାମର ବିଶ୍ବନାଥ ଭଣ୍ଡାରୀ (୩୦), କୋଟପାଡ ଥାନାର ‌ହୋମଗାର୍ଡ ଅକ୍ଷୟ କୁମାର ସ୍ବାଇଁ (୩୪), ଏସ୍କର୍ଟ କରୁଥିବା ବ୍ୟକ୍ତି କୋଟପାଡ ଥାନା ଅନ୍ତର୍ଗତ ସୁତିପଦର ଗ୍ରାମର ସୁନାଧର ହରିଜନ (୩୬)।

ଏହି ମାମଲାରେ ୬ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ ହୋଇଥିବା ବେଳେ ସେମାନଙ୍କ ଠାରୁ ୯ ଲକ୍ଷ ଟଙ୍କା ଓ ୬ଟି ମୋବାଇଲ୍ ଜବତ ହୋଇଛି। ଏଥିସହ ଗୋଟିଏ କଣ୍ଟେନର (ୟୁପି ୭୮ ସିଏନ୍‌ ୬୩୭୧) ଓ ଗୋଟିଏ କାର୍ (ସିଜି ୦୪ ଏଚ୍‌ଆର୍ ୪୫୭୯) ଜବତ କରାଯାଇଥିବା ଜୟପୁର ଏସ୍‌ଡିପିଓ ଅରୂପ ଅଭିଶେଖ ବେହେରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗତକାଲି କୋରପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳରୁ ଗଞ୍ଜେଇକୁ ନେଇ ଏକ କଣ୍ଟେନର ଉତ୍ତରପ୍ରଦେଶ ଅଭିମୁଖେ ଯାଉଥିବା ନେଇ ପୁଲିସ ବିଶେଷ ସୁତ୍ରରୁ ଜାଣିବାକୁ ପାଇଥିଲେ।

publive-image Sambad

ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁରଙ୍କ ନେତୃତ୍ବରେ ଏସ୍‌ଆଇ ଏନ୍‌. ତପୋ ଓ ପୁଲିସ ଟିମ୍ କୋରାପୁଟ-ଜୟପୁର ଘାଟି ରାସ୍ତାରେ ଗାଡିଗୁଡିକୁ ଯାଞ୍ଚ କରିଥିଲେ। ଅପରାହଣ ସାଢ଼େ ୧ ବେଳେ ଏହି କଣ୍ଟେନରକୁ ପୁଲିସ କାବୁ କରିଥିଲେ। ସେହି ଗାଡିକୁ ବହୁ ଯାଞ୍ଚ କରିଥିଲେ କିନ୍ତୁ କଣ୍ଟେନରଟି ସମ୍ପୂର୍ଣ୍ଣ ଭା‌ବେ ଖାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe