ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

Sambad

ଖୋର୍ଦ୍ଧା: ପୁଲିସ, ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ଗତ ୫ ବର୍ଷ ଧରି ଗଞ୍ଜେଇ ବେପାର କରୁଥିଲେ। ବେପାର ସମ୍ପର୍କରେ ସମସ୍ତେ ଅବଗତ ଥିଲେ, କିନ୍ତୁ କେହି ଧରୁନଥିଲେ। ଶେଷରେ ଆଜି ରାଜ୍ୟ ଅବକାରୀ ବିଭାଗ ଫ୍ଲାଏଂ ସ୍କ୍ୱାଡ୍ ଓ ଖୋର୍ଦ୍ଧା ଅବକାରୀ ବିଭାଗର ମିଳିତ ଚଢ଼ଉରେ ବୋଲଗଡ଼ ଥାନା ଅଞ୍ଚଳରୁ ଜଣକୁ ଗିରଫ କରିବା ସହ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ସୂଚନାନୁସାରେ, ଆଜି ସକାଳେ ବୋଲଗଡ଼ ପାନନଗରର ରମେଶ ଚନ୍ଦ୍ର ସାହୁ (୫୫)ଙ୍କ ଘରେ ଚଢ଼ଉ ହୋଇଥିଲା। ଚଢ଼ଉରେ ୨୩ କିଲୋଗ୍ରାମ ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୨୦ ହଜାର ଟଙ୍କା ହେବ।

ଏନେଇ ଖୋର୍ଦ୍ଧା ଅବକାରୀ ଥାନାରେ ୬୪/୨୧-୨୨ରେ ଏକ ମାମଲା ରୁଜୁ କରାଯାଇଛି ଓ ରମେଶଙ୍କୁ ଗିରଫ କରାଯାଇ ଖୋର୍ଦ୍ଧା କୋର୍ଟରେ ହାଜର କରାଯାଇଛି। ଏନେଇ ସୂଚନା ଦେଇ ରାଜ୍ୟ ଫ୍ଲାଏଂ ସ୍କ୍ୱାଡ୍ କଟକର ଅଧୀକ୍ଷକ ଦେବାଶିଷ ପଟ୍ଲେ୍ କହିଛନ୍ତି ଯେ, ଅଭିଯୁକ୍ତ ଜଣକ ଦୀର୍ଘବର୍ଷ ଧରି ବେଆଇନ ଗଞ୍ଜେଇ ବ୍ୟବସାୟ ଓ ଚାଲାଣ କରୁଥିଲା। ସୂଚନା ମିଳିବା ପରେ ତାଙ୍କ ଉପରେ ଗୁଇନ୍ଦା ନଜର ରଖାଯାଇଥିଲା। ସେ କନ୍ଧମାଳ-ଫୁଲବାଣୀରୁ ଗଞ୍ଜେଇ ଆଣିବା ସହ ଅନ୍ୟ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ। ସମସ୍ତଙ୍କ ତାଲିକା ପ୍ରସ୍ତୁତ କରାଯାଇଛି, ଆଗାମୀ ଦିନରେ ସେମାନଙ୍କ ଉପରେ ଚଢ଼ଉ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe