୪୨ କିଲୋ ଗଞ୍ଜେଇ ଜବତ, ପିକଅପ୍‌ ସହ ଜଣେ ଗିରଫ

Advertisment
୪୨ କିଲୋ ଗଞ୍ଜେଇ ଜବତ, ପିକଅପ୍‌ ସହ ଜଣେ ଗିରଫ

Sambad

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ଗଞ୍ଜେଇ ଚାଲାଣ ରୋକିବାରେ ସଫଳତା। ମାଲକାନଗିରି-ଛତିଶଗଡ ସୀମାନ୍ତ ଗ୍ରାମ ଚାଲାଣଗୁଡା ଛକ ନିକଟରେ ପୁଲିସ ଡ୍ୟୁଟି କରୁଥିବା ବେଳେ ଏକ ବୋଲେରୋ ପିକଅପ୍‌ ଭ୍ୟାନକୁ ଅଟକାଇ ଯାଞ୍ଚ କରୁଥିବା ସମୟରେ ସେଥିରେ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲା। ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଜଣାପଡିଥିଲା। ଏହି ପିକଅପ୍‌ ଭ୍ୟାନରେ ୪୨ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଏକ ଜରି ବ୍ୟାଗରେ ଭର୍ତ୍ତି କରି ରଖାଯାଇଥିଲା।

publive-image Sambad

ଏଥିସହ ଗଞ୍ଜେଇ ଚାଲାଣ କରୁଥିବା ବ୍ୟକ୍ତି ଜଣକୁ ପୁଲିସ ଗିରଫ କରିଥିଲା। ଆଜି ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ମାଲକାନଗିରି ରାସ୍ତା ଦେଇ ବିଭିନ୍ନ ଗାଡିରେ ଗଞ୍ଜେଇ ଚାଲାଣ କରାଯାଉଥିବାରୁ ପୁଲିସ ଏବେ ତତ୍ପରତା ଦେଖାଇଛି। ଲଗାତାର ଗଞ୍ଜେଇ ଜବତ କରିବାରେ ସଫଳ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe