ବିଭିନ୍ନ ଥାନା ପକ୍ଷରୁ ଚଢଉ, ୪୦୧ କିଲୋ ଗ‌ଞ୍ଜେଇ ଜବତ, ୩ ଗିରଫ

Advertisment
ବିଭିନ୍ନ ଥାନା ପକ୍ଷରୁ ଚଢଉ, ୪୦୧ କିଲୋ ଗ‌ଞ୍ଜେଇ ଜବତ, ୩ ଗିରଫ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ଗ‌ଞ୍ଜେଇ ଚାଲାଣ ରକିବାରେ ସଫଳତା ପାଇ ଚାଲିଛି। ଆଜି ବିଭିନ୍ନ ଥାନା ପକ୍ଷରୁ ଚଢଉ କରାଯାଇ ବିପୁଳ ପରିମାଣର ଗ‌ଞ୍ଜେଇ ଜବତ କରାଯିବା ସହ ୩ ଜଣ ଆସାମୀକୁ ଗିରଫ କରାଯାଇଥିବା ଜଣଆପଡିଛି। ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚିତ୍ରକୋଣ୍ଡା, ଓର୍କେଲ, କୁଡୁମୁଲୁଗୁମ୍ମା ଏବଂ ମୁଦୁଲିପ଼ଡା ଥାନା ଅଞ୍ଚଳରେ ଜୋରଦାର ଚଢଉ କରାଯାଇଛି। ଏହି ପରିପ୍ରେକ୍ଷାରେ ଓର୍କେଲ ଥାନାର ଏସଆଇ ଭବାନୀ ସାହୁଙ୍କ ନେତୃତ୍ବରେ ଏକ ଟିମ ନୀଳାଦ୍ରିନଗର ଏବଂ ପାଡାଲପୁଟ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଜଙ୍ଗଲରେ ଜଣେ ବ୍ୟକ୍ତି ବୁଲୁଥିଲେ। ତେବେ ପୁଲିସକୁ ଦେଖି ବ୍ୟକ୍ତି ଜଣକ ଦୌଡି ପଳାଇବାକୁ ଚେଷ୍ଟା କରିଥିଲା।

publive-image Sambad

ପୁଲିସ ବ୍ୟକ୍ତିକୁ କାବୁ କରିବା ସହ ସେଠାରେ ପ୍ରାୟ ୩୦୦ କିଲୋ ଗ‌ଞ୍ଜେଇ ରଖାଯାଇଥିବା ଦେଖିବାକୁ ପାଇଥିଲା।ସେହିପରି ଏହି ଓର୍କେଲ ପୁଲିସ ଥାନାର ଏସଆଇ କୃଷ୍ଣ ସାହା ଏକ ଟିମକୁ ନେଇ ବାଲିମେଳା ଓ କୁଡୁମୁଲୁଗୁମ୍ମା ଏସଏଚ-୪୭ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଜଣେ ବ୍ୟକ୍ତି ଏକ ମଟର ସାଇକେଲରେ କିଛି ଜିନିଷ ଧରି ଯାଉଥିବା ପୁଲିସ ଦେଖି ତାକୁ ଯାଞ୍ଚ କରିବା ପରେ ସେଠିରେ ୭୫ କିଲୋ ଗ‌ଞ୍ଜେଇ ଲଦା ହୋଇଥିବା ଜାଣିବାକୁ ପାଇଥିଲା। ସେହିପରି ମଦୁଲିପଡା ଥାନା ଅଞ୍ଚଳରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଜଣେ ବ୍ୟକ୍ତି ମଟର ସାଇକେଲରେ ଗ‌ଞ୍ଜେଇ ଲଦି ଯାଉଥିବା ଜାଣିବା ପରେ ତାକୁ ଧରି ଯାଞ୍ଚ କରିବା ପରେ ସେହି ବ୍ୟକ୍ତି ଠାରୁ ୨୬ କିଲୋ ଗ‌ଞ୍ଜେଇ ବାହାରିଥିଲା। ତୁରନ୍ତ ପୁଲିସ ଏମାନଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି।ତେବେ ତିନୋଟି ସ୍ଥାନରେ ଚଡଉ କରାଯାଇ ମୋଟରେ ୪୦୧ କିଲୋ ଗ‌ଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe