Sambad
ସେମିଳିଗୁଡା: ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ପୁଲିସ ଜଣେ ଚାଲାଣକାରୀଙ୍କୁ ଗିରଫ କରିଛି। ଏଥିସହ ପୁଲିସ ୫୭ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଓ ଗୋଟିଏ ଫୋର୍ଡ କାର ଜବତ କରିଛି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୨ ଟାରେ ସେମିଳିଗୁଡ଼ା ଥାନା ଏସ୍ଆଇ ହରିପ୍ରିୟା ଶବର ପୁଲିସ ଟିମ ସହିତ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ପଟ୍ଟାଙ୍ଗି ପଟୁ ଏକ ଫୋର୍ଡ କାର (ଏପି ୩୧ ଏଟି ୭୫୦୦)ରେ ଗଞ୍ଜେଇ ନେଇ ଯାଉଥିବା ୩ ଜଣ ଚୋରା ଚାଲାଣ କାରି ପୁଲିସ ଗାଡି ଦେଖି କୁତୁଗାଁ ଛକ ନିକଟରେ ଗାଡି ଛାଡି ଫେରାର ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ଜଣକୁ ପୁଲିସ କାବୁ କରିବାକୁ ସକ୍ଷମ ହୋଇଥିଲା ଯାଞ୍ଚ ପରେ ଗାଡ଼ି ଭିତରେ ବସ୍ତାରେ ଗଞ୍ଜେଇ ଥିବା ଜଣା ପଡ଼ିଥିଲା।
ପୁଲିସ ଗାଡି ଓ ଗଞ୍ଜେଇ ଜବତ କରିବା ସହିତ ଗାଡ଼ି ଥାନାକୁ ନେଇଥିଲା। ଜବତ ଗଞ୍ଜେଇ ଓଜନ କରାଯିବା ପରେ ଏହା ୫୭ କିଲୋ ୨୦୦ ଗ୍ରାମ ବୋଲି ଜଣା ପଡ଼ିଥିଲା। ଏନେଇ କେଶ ନଂ-୧୦୬/୨୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଦୁଇ ଗଞ୍ଜେଇ ଚାଲାଣ ଅଭିଯୋଗରେ ପଟାଙ୍ଗୀ ଥାନା ଅନ୍ତର୍ଗତ ମାଳିମାର୍ଲା ଗ୍ରାମର ରିଙ୍କୁ ଚୌଧୁରୀ (୨୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୁନାବେଡ଼ା ଏସ୍ଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି। ଏଥିସହ ଗଞ୍ଜେଇ ଚାଲାଣକାରୀଙ୍କ ଠାରୁ ୨ଟି ମୋବାଇଲ ଜବତ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଶ୍ରୀ ବେହେରା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/07/WhatsApp-Image-2022-07-10-at-7.38.33-PM-1.jpeg)