୧୨୯ କିଲୋ ଗଞ୍ଜେଇ ସହ ପିକଅପ୍‌ ଭ୍ୟାନ ଜବତ, ୩ ଗିରଫ 

Advertisment
୧୨୯ କିଲୋ ଗଞ୍ଜେଇ ସହ ପିକଅପ୍‌ ଭ୍ୟାନ ଜବତ, ୩ ଗିରଫ 

Sambad

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁଲିସକୁ ମିଳିଛି ବଡ଼ ସଫଳତା। ଆଜି ସକାଳେ କୌଣସି ସୂତ୍ରରୁ ଖବରପାଇ ଉମରକୋଟ ଷ୍ଟାଡିୟମ ନିକଟରୁ ଏକ ପିକଅପ୍ ଭ୍ୟାନକୁ ଅଟକ ରଖି ତଦନ୍ତ କରିବାବେଳେ ଭ୍ୟାନରୁ ଛଅ ପ୍ୟାକେଟ ଗଞ୍ଜେଇ ଠାବ କରାଯାଇଛି। ଉମରକୋଟ ପୁଲିସ ଛଅ ପ୍ୟାକେଟ ଗଞ୍ଜେଇ ସହ ପିକଅପ୍ ଭ୍ୟାନକୁ ଜବତ କରିବା ସହ ଏହି ଗଞ୍ଜେଇ ଚାଲାଣ ଘଟଣାରେ ମୋଟ ତିନି ଜଣଙ୍କୁ ଗିରଫ କରିଛି। ଯାହାକୁ ନେଇ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ଜବତ ହେଇଥିବା ଗଞ୍ଜେଇର ଓଜନ ୧୨୯ କିଲୋଗ୍ରାମ ଥିବାବେଳେ ଏହାର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ହେବ ବୋଲି ଉମରକୋଟ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଜବତ ହେଇଥିବା ପିକଅପ୍‌ ଗାଡ଼ି ନଂ (ଓଡ଼ି ୨୪ ଇ ୮୨୬୮)।

ଗଞ୍ଜେଇ କୋରାପୁଟ ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଉଥିବା ବେଲେ ଏହା ଉମରକୋଟ ଠାରେ ହିଁ ଅନଲୋଡ ହେବାର ଥିଲା। ଗିରଫ ବ୍ୟକ୍ତି ମାନେ ହେଲେ ଉମରକୋଟ ସହର ଭାଲୁଗୁଡ଼ାର ରାହୁଲ ବାଘ ୪୦ ବର୍ଷ, ଉମରକୋଟ ସହରକୁ ଲାଗିଥିବା ଡଙ୍ଗରିଗୁଡା ୟୁଭି-୩ ନଂର ଯୁବକ ସୁରଜିତ ବଇରାଗୀ ୨୮ ବର୍ଷ, ପିକଅପ୍‌ର ଡ୍ରାଇଭର ଉମରକୋଟ ନିକଟସ୍ଥ ଚଡେଇଗୁଡା ଗ୍ରାମର ନବିନ ବେପାରୀ ୩୦ ବର୍ଷ। ଆଜି ମଧ୍ୟାହ୍ନରେ ୩ ଅଭିଯୁକ୍ତଙ୍କୁ କୋର୍ଟରେ ଆଗତ କରାଯାଇଥିଲା। ପରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଯାଇଛି। ଉମରକୋଟ ଥାନାର ଅତିରିକ୍ତ ଆଇଆଇସି ଲିମା ରାଜ ପ୍ରଧାନ ଘଟଣାର ତଦନ୍ତ ଭାର ଗ୍ରହଣ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe