ଅନ୍ତଃରାଜ୍ୟ ରାକେଟ୍‌ର ପର୍ଦ୍ଦାଫାସ: ଜବତ ହେଲା ୪୮ କେଜି ଗଞ୍ଜେଇ

Vocal Media

ବ୍ରଜରାଜନଗର: ବେଲପାହାଡ଼ ଥାନା ପୁଲିସ ଏକ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀ ରାକେଟ୍‌ର ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବଳଦିଆମାଲର ଶମ୍ଭୁ ପ୍ରସାଦ ମେହେର (୩୫), ଝାରସୁଗୁଡା ଜିଲ୍ଲା ଟାଉନ ଥାନା ଅଞ୍ଚଳର ନରୋତ୍ତମ  ମେହେର (୩୦), ମହାରାଷ୍ଟ୍ରର ଥାନେ ଜିଲ୍ଲା ଶାନ୍ତିନଗରର ନଫୀଜ ଦିଲାୱାର ଖାନ (୨୧) ଓ ଗୁଜୁରାତ ଅହମ୍ମଦାବାଦ ବାପୁନଗରର ଚୌହାନ ପ୍ରେମ (୧୯)।

ପୁଲିସ ସେମାନଙ୍କଠାରୁ ୪୭ .୮୭୦ କେଜି ଗଞ୍ଜେଇ ଜବତ କରିଛି। ଏହା ସହିତ ସେମାନେ ବ୍ୟବହାର କରିଥିବା ଏକ ଅଟୋ (ଓଡି ୧୫ ଟି ୮୮୮୦), ୨ଟି ମୋବାଇଲ ଫୋନ, ନଗଦ  ୧୫୩୦ ଟଙ୍କା ଓ ବେଲପାହାଡ଼ରୁ ଅହମ୍ମଦାବାଦ ଯିବାକୁ ୨ଟି ରେଳ ଟିକେଟ ଜବତ କରିଛି। ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ  ଚିନ୍ତାମଣି ପ୍ରଧାନ ସୂଚନା ଦେଇଛନ୍ତି।

ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନେ ଗୁଜୁରାତକୁ ଗଞ୍ଜେଇ ଚାଲାଣ ପାଇଁ ବେଲପାହାଡ଼ରୁ ଟ୍ରେନ୍‌ ଧରିଥାନ୍ତେ। ତେଣୁ ସେମାନେ ଏକ ​ଅଟୋରେ ଗଞ୍ଜେଇ ନେଇ ବୁଧବାର ବେଲପାହାଡ଼ ରେଳଷ୍ଟେସନ୍‌କୁ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ଏସ୍‌ଆଇ ଯଶୋବନ୍ତି ବାଗ ଓ ପୁଲିସ କର୍ମଚାରୀ ଜୁନାଡିହି ଛକ ନିକଟରେ ଛପି ରହିଥିଲେ। ଅଟୋ ସେଠା​ରେ ପହଞ୍ଚିବା ପରେ ପୁଲିସ ସେମାନଙ୍କୁ କାବୁ କରି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe