୩୮ ଏକର ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କଲା ପୁଲିସ ଓ ଅବକାରୀ ବିଭାଗ

Advertisment
୩୮ ଏକର ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କଲା ପୁଲିସ ଓ ଅବକାରୀ ବିଭାଗ

Sambad

ବୈପାରିଗୁଡା:  ଆଜି ବୈପାରିଗୁଡା ଅବକାରୀ ବିଭାଗ ଏବଂ ପୁଲିସ ମିଳିତ ଭାବେ ଚଢ଼ଉ କରି ୩୮ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛ ନଷ୍ଟ କରିବା ସହ ପୋଡ଼ ଦିଆଯାଇଛି। ଅବକାରୀ ବିଭାଗର ସୂଚନା ଅନୁଯାୟୀ, କୋରାପୁଟ ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଏବଂ ପୁଲିସ ବୈପାରିଗୁଡା ଥାନା ଅନ୍ତର୍ଗତ ଜି. ମାଝୀଗୁଡା ଏବଂ କାତପଡା ଠାରେ ଏହି ଚଢଉ କରାଯାଇ ପାହାଡ଼ର ପାଦଦେଶରେ ଝରଣା କୂଳରେ ୩୮ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛ ସବୁ ନଷ୍ଟ କରିବା ସହ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି।

ଏହି ଚଢ଼ଉରେ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା, ବୈପାରିଗୁଡା ଆଇଆଇସି ଈଶ୍ଵର ତାଣ୍ଡୀ, ମାଜିଷ୍ଟ୍ରେଟ ଦାୟିତ୍ବରେ ରହିଥିବା ରାଜେନ୍ଦ୍ର ଖରା, କୋରାପୁଟ ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ପ୍ରମୋଦ କୁମାର ବାଙ୍କା, ଦିଲ୍ଲୀପ କୁମାର ରଥ, ଇନ୍ସପେକ୍ଟର ଏସ୍.କେ କାଣ୍ଡୀ, ଏଏସ୍ଆଇ ରଶ୍ମୀରଞ୍ଜନ ନାୟକଙ୍କ ସହ ରାଜସ୍ୱ ନିରୀକ୍ଷକ ଏବଂ ବନପାଳ ଯୋଗ ଦେଇଥିଲେ। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ମୂଲ୍ୟ ପ୍ରାୟ ଦୁଇ କୋଟି ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe