ବୈପାରୀଗୁଡ଼ାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମହିଳା ସମେତ ୪ ଗିରଫ

Advertisment
ବୈପାରୀଗୁଡ଼ାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମହିଳା ସମେତ ୪ ଗିରଫ

ଜୟପୁର: କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ଗେଟ୍‌ ଛକଠାରେ ଅତର୍କିତ ଭାବେ ଚଢ଼ାଉ କରି ୫୪କିଲୋ ଗଞ୍ଜେଇ ଜବତ କରିଛି। ଜବତ କରାଯାଇଥିବା ଗଞ୍ଜେଇର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ବୈପାରୀଗୁଡ଼ା ଥାନା ପୁଲିସ କହିଛି। ପୁଲିସ ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉମେଶ ସିଂହ, ଗଣେଶ ସୁନାନୀ, ଲକ୍ଷପତି ପୂଜାରୀ ଓ ଲିନା ପାଣିଗ୍ରାହୀ। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ଗଞ୍ଜେଇ ସମେତ ଏକ ଟାଟା ମାଞ୍ଜା କାର (ଡବ୍ଲ୍ୟୁବି ୦୨ଏଏ-୬୯୨୬), ୨ଟି ମୋଟର ସାଇକେଲ, ୨ଟି ମୋବାଇଲ୍‌ ଫୋନ୍‌, ନଗଦ ୨ ହଜାର ୨ ଶହ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

publive-image

ତେବେ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ବୈପାରୀଗୁଡ଼ା ପୁଲିସକୁ ପୂର୍ବରୁ ସୂଚନା ମିଳି ସାରିଥିଲା। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ବ୍ୟାପକ ଯୋଜନା କରୁଥିଲା। ପଶ୍ଚିବଙ୍ଗରୁ ଆସିଥିବା କାର୍‌ଟି କେଉଁଆଡ଼େ ଯାଉଛି ପୁଲିସ ସେଥି ପ୍ରତି ନଜର ରଖିଥିଲା। ଆଜି ଗେଟ୍‌ ଛକରେ କାର୍‌ ପହଞ୍ଚିବା ପରେ ଅଟକାଇଥିଲା। ଏହା ପରେ କାର ଯାଞ୍ଚ ବେଳେ ଏଥିରେ ଗଞ୍ଜେଇ ପ୍ୟାକେଟ୍‌ ଭିତରେ ଥିବା ଜାଣିବାକୁ ପାଇଥିଲା ପୁଲିସ।

ବୈପାରୀଗୁଡ଼ା ଥାନା ଆଇଆଇସି ମହେନ୍ଦ୍ର କୁମାର ସାହୁ କହିଛନ୍ତି, ଅଭିଯୁକ୍ତମାନଙ୍କୁ ଗିରଫ କରି ପଚରାଉଚରା କରିବା ପରେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ଉମେଶ ସିଂହ ଓ ଗଣେଶ ସୁନାନୀ ପଶ୍ଚିମବଙ୍ଗରୁ ଆସି ସ୍ଥାନୀୟ ଅଞ୍ଚଳର ମହିଳା ଅଭିଯୁକ୍ତା ଲୀନା ପାଣିଗ୍ରାହୀ ଓ ଲକ୍ଷପତି ପୂଜାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ଏହା ପରେ ସେମାନେ ଲୀନା ଓ ଲକ୍ଷପତି ମାଧ୍ୟମରେ ଗଞ୍ଜେଇ ସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe