୨ କୋଟି ଟଙ୍କାର ଗଞ୍ଜେଇ ସହ ୨ଟି ଗାଡ଼ି ଓ ୮ଟି ମୋବାଇଲ ଜବତ, ୮ ଅଭିଯୁକ୍ତ ଗିରଫ 

Advertisment
୨ କୋଟି ଟଙ୍କାର ଗଞ୍ଜେଇ ସହ ୨ଟି ଗାଡ଼ି ଓ ୮ଟି ମୋବାଇଲ ଜବତ, ୮ ଅଭିଯୁକ୍ତ ଗିରଫ 

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ପୁଲିସ ଓ ବୈପାରୀଗୁଡ଼ା ଥାନା ପୁଲିସ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦୦୮ କିଲୋରୁ ଅଧିକ ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟି ଏକ ଲକ୍ଷ ୬୦ ହଜାର ଟଙ୍କା ହେବ। ପୁଲିସ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୮ଟି ମୋବାଇଲ ଓ ନଗଦ ୨୦ ହଜାର ୫୫୦ ଟଙ୍କା ଜବତ କରିଛି। ଅଭିଯୁକ୍ତମାନେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କରୁଥିଲେ।

publive-image

ଜୟପୁର ସଦର ପୁଲିସ ୩୨୬ ନମ୍ବର ଜାତୀୟ ରାଜପଥର ଖୁଡୁପି ଛକ ନିକଟରେ ଅତର୍କିତ ଭାବେ ଚଢ଼ାଉ କରି ୪୯୮ କିଲୋ ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ପୁଲିସ ମହେଶ୍ୱର ଗଡ଼ବା (୨୮), ଉତ୍ତରପ୍ରଦେଶର ଅଶୋକ ଯାଦବ (୨୬), ସତ୍ୟବାନ ଗୌଡ଼ (୩୨), କଳାହାଣ୍ଡିର ଭଗବାନ ପଟ୍ଟନାୟକ (୩୦) ଓ ଗୋପାଳ ଗଡ଼ବା (୩୮)ଙ୍କୁ ଗିରଫ କରି ସେମାନଙ୍କ ଠାରୁ ୭ଟି ମୋବାଇଲ ଫୋନ, ନଗଦ ୨୦ ହଜାର ଟଙ୍କା, ଏକ ବୋଲେରୋ ଜବତ କରିଛି। ଗଞ୍ଜେଇ ଜବତ ହେବା ନେଇ ଜୟପୁର ସଦର ପୁଲିସ ଏସ୍‌ଆଇ ଏମ୍‌.ଡି ନାୟକ ଓ ଓଆଇସି ଏସ.ଏସ୍‌ ସାହୁ ସୂଚନା ଦେଇଛନ୍ତି।

publive-image

ବୈପାରୀଗୁଡ଼ା ପୁଲିସ ଦଶମନ୍ତପୁର ଗାଁ ନିକଟରେ ଏକ ମହିନ୍ଦ୍ରା ଡିଆଇ ଟ୍ରାକ୍ଟରୁ ୨୫ ପ୍ୟାକେଟ ଗଞ୍ଜେଇ ଜବତ କରିଛି। ଏଥିରେ ୬୦୬ କିଲୋ ଗଞ୍ଜେଇ ଭର୍ତ୍ତି ଥିଲା। ପୁଲିସ ରାଜେନ୍ଦ୍ର ଖୋରା (୫୫), ଦେବେନ୍ଦ୍ର ଖୋରା (୨୯) ଓ ସଦା ଖୋରା (୫୨)ଙ୍କୁ ଗିରଫ କରି ସେମାନଙ୍କ ଠାରୁ ଗୋଟିଏ ମୋବାଇଲ ଓ ୫୫୦ ଟଙ୍କା ଜବତ କରିଛି। ଏସଆଇ ରମେଶ କୁମାର ଦେବତାଙ୍କ ଦ୍ୱାରା ଚଢ଼ାଉ ସମୟରେ ଗଞ୍ଜେଇ ଜବତ ହୋଇଥିବା ଆଇଆଇସି ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe