ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା: ମହିଳା ପୁଲିସକୁ ଦୁର୍ବ୍ୟବହାର, ଯୁବତୀଙ୍କ ବାପା-ଭାଇ ଅଟକ

Advertisment

ଶାନ୍ତି ଭଙ୍ଗ ନକରିବାକୁ ନୋଟିସ୍‌

ଶାନ୍ତି ଭଙ୍ଗ ନକରିବାକୁ ନୋଟିସ୍‌

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା: ମହିଳା ପୁଲିସକୁ ଦୁର୍ବ୍ୟବହାର, ଯୁବତୀଙ୍କ ବାପା-ଭାଇ ଅଟକ

ବ୍ରହ୍ମପୁର: ପ୍ରେମ ପରେ ବାହାଘର ପ୍ରତିଶ୍ରୁତି। କିନ୍ତୁ ବାହାଘର ବଦଳରେ ମିଳିଥିଲା ପ୍ରତାରଣା। ଏହାର ପ୍ରତିବାଦରେ ଜନୈକା ଯୁବତୀ ପ୍ରେମିକଙ୍କ ଘର ଆଗରେ ଧାରଣା ଜାରି ରଖିଛନ୍ତି। କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ପୁଲିସ ଏହି ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରିପାରି ନଥିଲା। ଶେଷରେ ଶାନ୍ତି ଭଙ୍ଗ ନକରିବା ପାଇଁ ସିଆର୍‌ପିସିର ଧାରା ୧୦୭ ଅନୁସାରେ ଧାରଣାରେ ବସିଥିବା ଯୁବତୀ ଓ ଅନ୍ୟମାନଙ୍କୁ ପୁଲିସ ନୋଟିସ୍‌ ଜାରି କରିଥିଲା। ଏହି ସମୟରେ ଯୁବତୀଙ୍କ ସମ୍ପର୍କୀୟ ଜଣେ ମହିଳା ପୁଲିସ ଏସ୍‌ଆଇଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ମହିଳା ଏସ୍‌ଆଇଙ୍କ ଅଭିଯୋଗ କ୍ରମେ ବୈଦ୍ୟନାଥପୁର ଥାନା ପୁଲିସ ଯୁବତୀଙ୍କ ବାପା ଓ ଭାଇକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଏବେ ବି ପୁଲିସ ମୁତୟନ ରହିଛନ୍ତି।

publive-image

ପ୍ରକାଶଯୋଗ୍ୟଯେ, ଛତ୍ରପୁରର ଯୁବତୀ ଓ ବ୍ରହ୍ମପୁରର ଜଣେ ଯୁବ ଡାକ୍ତରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ଉଭୟେ ଗତବର୍ଷ କୋର୍ଟରେ ବିବାହ କରିବା ସହ ଏକାଠି ରହି ଆସୁଥିଲେ ବୋଲି ଯୁବତୀ ଜଣକ କହିଛନ୍ତି। ହେଲେ ଗତ କିଛି ମାସ ହେବ ସ୍ବାମୀ, ଶାଶୂ ଓ ଶ୍ବଶୁର ମିଶି ତାଙ୍କୁ ନିର୍ଯାତନା ଦେଇଥିଲେ। ଏ ନେଇ ଯୁବତୀ ଜଣଙ୍କ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଡାକ୍ତରଙ୍କ ପରିବାର ଲୋକେ ମାମଲା ଉଠାଇବା ପାଇଁ ଯୁବତୀଙ୍କୁ ମନାଇବା ସହ ବାହଘର କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତକାଲି ବାହାଘର ତାରିଖ ସ୍ଥିର ହୋଇଥିଲା। କିନ୍ତୁ ପ୍ରେମିକ ଡାକ୍ତରଙ୍କ ପରିବାର ପକ୍ଷରୁ କୌଣସି ଆୟୋଜନ କରାଯାଇ ନଥିବାରୁ ଯୁବତୀ ଜଣକ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ଧାରଣା ଜାରି ରଖିଛନ୍ତି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ହଟିବେ ନାହିଁ ବୋଲି ଯୁବତୀ ଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe