୯ରୁ ୧୩ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସଟ୍‌ଡାଉନ୍‌

Advertisment
୯ରୁ ୧୩ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସଟ୍‌ଡାଉନ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସଟଡାଉନ୍‌ ଘୋଷଣା କରାଯାଇଛି। ଜୁଲାଇ ୯ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଏନ୍‌ଏସି ଓ ୫ଟି ବ୍ଲକ୍‌ ହେଡକ୍ୱାର୍ଟରରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିସହିତ ବ୍ରହ୍ମପୁର ମହାନଗର ସମେତ ସମସ୍ତ ସହରାଞ୍ଚଳ, ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ଓ ୧୬ଟି ଏନ୍‌ଏସି ଅଞ୍ଚଳ ମଧ୍ୟ ସଟଡାଉନ୍‌ ରହିବ । ତେବେ, ଏହି ସମୟରେ ଜିଲ୍ଲାରେ ସମସ୍ତ ଜରୁରୀକାଳିନ ସେବା ଚାଲୁ ରହିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗ‌େ ମଙ୍ଗଳବାର ସୂଚନା ଦେଇଛନ୍ତି। ଆଜି ଗଞ୍ଜାମରୁ ୨୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୬୨୧ରେ ପହଞ୍ଚିଛି।

ଏହି ସଟଡାଉନ୍‌ ସମୟ ଭିତରେ ଘରକୁ ଘର ବୁଲି ଲୋକମାନଙ୍କ ସ୍କ୍ରିନିଂ  କରାଯିବ। ସର୍ଭେ ସମୟରେ ସବୁ ଲୋକ ଘରେ ରହିବା ନିହାତି ଆବଶ୍ୟକ। ଏଥିପାଇଁ ୨ଶହ ଟିମ୍‌ ଗଠନ କରାଯାଇଛି। ସର୍ଭେରେ ବ୍ରହ୍ମପୁର ପାଇଁ ୧୦୦ ଓ ଅନ୍ୟ ଅଞ୍ଚଳ ପାଇଁ ୧୦୦ଜଣ ରହିବେ। ଏହି ସବୁ ଟିମ୍‌ ପାଇଁ ଜଣେ ଜଣେ ଡାକ୍ତର ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବା ବେଳେ ଏହାକୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ଗଞ୍ଜାମ ଜିଲ୍ଲାରେ ୪ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟର୍‌ ଯୋଗେ ସୂଚନା ଦେଇଥିଲେ। ମୃତକଙ୍କ ମଧ୍ୟରେ ୨ଜଣ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ରହିଥିଲେ।

ମୃତକ ୨ ଶିକ୍ଷକଙ୍କ ମଧ୍ୟରେ ଜଣେ ହେଲେ କବିସୂର୍ଯ୍ୟନଗର ବ୍ଲକର ଏସ୍‌ ପଙ୍କଲବାଡ଼ି ପ୍ରାଥମିକ ବିଦ୍ୟାଳୟର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ସୀମାଞ୍ଚଳ ଶତପଥୀ ଓ ଅନ୍ୟଜଣକ ହେଲେ ଆସିକା ବ୍ଲକର ରାଇସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଢୀ। ଅପରପକ୍ଷରେ ଅଙ୍ଗନବାଡ଼ି କର୍ମୀ ଜଣକ ହେଲେ ବୁଗୁଡ଼ା ବ୍ଲକର ଖୋଳାଖାଳି ଗାଁର ଭାରତୀ ସ୍ୱାଇଁ। ଜଣେ କନିଷ୍ଠ ଯନ୍ତ୍ରୀଜଣକ ହେଲେ ପି ସୁରେଶ କୁମାର। ଯିଏ କି ଧରାକୋଟ ବ୍ଲକରେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe