ପୋଡମପେଟା ସମୁଦ୍ରରେ ଡଙ୍ଗା ଓଲଟି ଜଣେ ନିଖୋଜ

ଗଞ୍ଜାମର ପୋଡମପେଟା ସମୁଦ୍ରରେ ଡଙ୍ଗା ଓଲଟି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି ବୋଲି ଅନୁମାନ କରାଯାଉଛି। ଡଙ୍ଗାରେ ସମୁଦାୟ ୭ ଜଣ ମତ୍ସ୍ୟଜୀବୀ ବସିଥିଲେ। ଡଙ୍ଗା ଓଲଟିବାରୁ ସେମାନେ ସମସ୍ତେ ପାଣିରେ ପଡ଼ି ଯାଇଥିଲେ।

Untitled

ବ୍ରହ୍ମପୁର: ଗଞ୍ଜାମର ପୋଡମପେଟା ସମୁଦ୍ରରେ ଡଙ୍ଗା ଓଲଟି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି ବୋଲି ଅନୁମାନ କରାଯାଉଛି। ଡଙ୍ଗାରେ ସମୁଦାୟ ୭ ଜଣ ମତ୍ସ୍ୟଜୀବୀ ବସିଥିଲେ। ଡଙ୍ଗା ଓଲଟିବାରୁ ସେମାନେ ସମସ୍ତେ ପାଣିରେ ପଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ପହଁରି ପହଁରି କୂଳକୁ ଆସିଥିବା ବେଳେ ଜଣେ ନିଖୋଜ ଏବେ ବି ନିଖୋଜ। ନିଖୋଜ ମତ୍ସ୍ୟଜୀବୀ ଜଣକ ହେଲେ ଏଙ୍ଗ.କାଳେୟା। 

ସୂଚନାରୁ ପ୍ରକାଶ ଯେ, ମାଛ ମାରିବା ପାଇଁ ଆଜେି ସକାଳୁ ୭ ଜଣ ମତ୍ସ୍ୟଜୀବୀ‌ ଡ଼ଙ୍ଗାରେ ସମୁଦ୍ରକୁ ଯାଇଥିଲେ। ହେଲେ ସମୁଦ୍ର ଭିତରେ ଅଚାନକ ଡଙ୍ଗାଟି ଓଲଟି ପଡ଼ିଥିଲା। ସେମାନଙ୍କ ମଧ୍ୟରୁ ଜଣେ ପରେ ଜଣେ ୬ ଜଣ ମିଳି ସାରିଛନ୍ତି। ତେବେ ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି କରୁଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀମାନେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe