ଗଞ୍ଜାମ: କେ ନୂଆଗାଁ ହତ୍ୟା ଘଟଣାର ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କାର ପୁରସ୍କାର

ଗଞ୍ଜାମ: କେ ନୂଆଗାଁ ହତ୍ୟା ଘଟଣାର ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କାର ପୁରସ୍କାର

Odisha Bytes

ବ୍ରହ୍ମପୁର: ଗତ ମେ ମାସରେ ଗଞ୍ଜାମ ଜିଲ୍ଲାର କେ ନୂଆଗାଁ ଥ‌ାନା ଅନ୍ତର୍ଗତ ଦେଖାଳି ଗ୍ରାମରେ ଘଟିଥିବା ଏକ ହତ୍ୟା ମାମଲାରେ ହତ୍ୟାକାରୀକୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଆହୁରି ବି ଘେ‌ାଷଣା କରାଯାଇଛି ଯେ ସୂଚନାଦାତାଙ୍କ ନାମ ସଂପୂର୍ଣ୍ଣ ଗୋପନ ରଖାଯିବ।

ଉଲ୍ଲେଖଯୋଗ୍ୟ, ଗତ ମେ ୧୦ ତାରିଖରେ ଗଞ୍ଜାମ ଜିଲ୍ଲାର କେ ନୂଆଗାଁ ଥ‌ାନା ଅନ୍ତର୍ଗତ ଦେଖାଳି ଗ୍ରାମର ପ୍ରମୋଦିନୀ ନାଇକ(୨୨)ଙ୍କୁ ହତ୍ୟା କରାଯାଇ ଯୋଡ଼ା ନଦୀରେ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଥିଲା।

ଏ ନେଇ କେ ନୂଆଗାଁ ଥ‌ାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିମାନେ ଏଯାବତ୍‌ ଧରାପଡ଼ି ନାହାନ୍ତି। ତେବେ, ଏହି ଘଟଣାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେବାକୁ ସୂଚନାଦାତା ବ୍ରହ୍ମପୁର ଏସ୍‌ପି (ମୋବାଇଲ୍ ନଂ- ୭୦୦୮୩୮୫୫୯୯), ଅତିରିକ୍ତ ଏସ୍‌ପି(ମୋବାଇଲ୍ ନଂ-୯୩୩୭୪୩୭୩୨୭), ଚିକିଟି ଏସ୍‌ଡିପିଓ (ମୋବାଇଲ୍ ନଂ-୭୦୦୮୩୦୫୩୪୮) ଓ କେ ନୂଆଗାଁ ଥ‌ାନା ଆଇଆଇସି (ମୋବାଇଲ୍ ନଂ-୭୦୦୮୭୬୦୮୦୧)ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe