ଖଲିକୋଟ : ଗାଁ ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ମୃତ୍ୟୁ

Advertisment
ଖଲିକୋଟ : ଗାଁ ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ମୃତ୍ୟୁ

image credit : india tv news

ଖଲିକୋଟ : ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ତୁଳସୀପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଗାଁର  ଲକ୍ଷ୍ମୀସାଗର ପୁଷ୍କରିଣୀରେ ଦୁଇ ଭଉଣୀ ବୁଡ଼ି ପ୍ରାଣ ହରାଇଛନ୍ତି ।

ମୃତକମାନେ ହେଲେ ସେହି ଗ୍ରାମର ସୁରେଶ ପାହାନଙ୍କ ୧୦ ବର୍ଷର ଝିଅ ଖୁସି ଓ ଏବଂ ୮ ବର୍ଷର ଝିଅ ମିନତୀ । ଖୁସି ୬ଷ୍ଠ ଶ୍ରେଣୀର ଛାତ୍ରୀ ହୋଇଥିବାବେଳେ ମିନତୀ ୩ୟ ଶ୍ରେଣୀର ଛାତ୍ରୀ ଥିଲେ ।

ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ମ ୧୦ଟା ବେଳେ ଦୁଇ ଭଉଣୀ ଗାଁର  ଲକ୍ଷ୍ମୀସାଗର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ିଯାଇଥିଲେ । ସେହି ସମୟରେ ପୋଖରୀ ନିକଟରେ ଅନ୍ୟ କେହି ଲୋକ ନଥିବାରୁ ସେମାନଙ୍କୁ ଉଦ୍ଧାର କରାଯାଇପାରି ନଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe