ଦିଗପହଣ୍ଡି: ଗଞ୍ଜାମଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ହାତୀ ଆକ୍ରମଣରେ ଗୋଟିଏ ଗାଁର ୨ ଜଣଙ୍କ ଜୀବନ ଯାଇଛି। ଆଜି ଭୋରୁ ଏହି ଅଘଟଣ ଘଟିଛି। ଭୀଷ୍ମଗିରି ବିଟ୍ ଅଧୀନ ଜକମେରିପଲ୍ଲୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳା ମୃତ୍ୟୁ ହୋଇଛି। ମୃତକ ସେହି ଗ୍ରାମର ଗୋପୀନାଥ ପ୍ରଧାନ ଓ ଉର୍ମିଳା ରାଉତ ବୋଲି ଜଣା ପଡ଼ିଛି।
ଉଭୟ ପରିବା ତୋଳିବାକୁ ବିଲକୁ ଯାଇଥିଲେ
ଉଭୟ ପରିବା ତୋଳିବାକୁ ବିଲକୁ ଯାଇଥିଲେ। ହଠାତ ସେମାନଙ୍କୁ ହାତୀ ଆକ୍ରମଣ କରିଥିଲା। ମହିଳା ଜଣଙ୍କ ଘଟଣାସ୍ଥଳରେ ଆଖି ବୁଜିଥିଲା ବେଳେ ଅନ୍ୟଜଣଙ୍କୁ ଦିଗପହଣ୍ଡି ଡାକ୍ତରଖାନା ଅଣାଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ଆହୁରି ପଢ଼ନ୍ତୁ Accident 5 Policemen Death ଝାରସୁଗୁଡ଼ାରେ ରକ୍ତାକ୍ତ ରାଜପଥ: ଟ୍ରଲର–ବୋଲେରୋ ମୁହାଁମୁହିଁ ଧକ୍କା, ୫ ପୁଲିସ କର୍ମଚାରୀ ମୃତ ଓ ୩ ଗୁରୁତର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/04/15BI3ueIKojw1a105CIq.jpg)