ଝରିଗାଁ (ରମେଶ ପଟ୍ଟନାୟକ): ଆର୍ଥିକ ଅଭାବ ଯୋଗୁଁ ବାହାର ରାଜ୍ୟରେ ଯାଇ କାମ କଲେ ପରିବାର ଚଳେ। ବହୁ ଦୁଃଖ କଷ୍ଟରେ ପରିବାର ଚାରି ଜଣ ସଦସ୍ୟକୁ ନେଇ ଚଳୁଥିବା ଏହି ପରିବାରର ଦ୍ୱତୀୟ ପୁଅ ରୋଗାକ୍ରାନ୍ତ ପରେ ଚିକିତ୍ସା ପାଇଁ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି। ଜୀବନ ମରଣ ସହ ସଙ୍ଘର୍ଷ କରୁଥିବା ପରିବାର ଲୋକ କହିଛନ୍ତି। ଏଭଳି ଦୃଶ୍ୟ ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବଡନୀ ଗ୍ରାମରେ ଦେଖିବାକୁ ମିଳିଛି।
ବଡନୀ ଗ୍ରାମର ବୁଦୁ ବିନ୍ଧାଣୀଙ୍କ ପରିବାର ପାଖରେ ନିଜସ୍ୱ ବୋଲି କିଛି ନଥିବା ବେଳେ ବାହାର ରାଜ୍ୟରେ ଦାଦନ ଖଟିବା ପାଇଁ ଗଲେ ପରିବାର ଚଳେ। ସ୍ତ୍ରୀ ଓ ୩ ପୁଅ ଝିଅକୁ ନେଇ ବୁଦୁଙ୍କ ପରିବାର। ବଡ଼ ପୁଅ ବିବାହ ପରେ ଅଲଗା ରହୁଥିବା ବେଳେ ବର୍ତ୍ତମାନ ପରିବାରରେ ୪ଜଣ ରହୁଛନ୍ତି। ଗାଁରେ ରୋଜଗାର ପାଇଁ କୌଣସି ପନ୍ଥା ନଥିବା ଯୋଗୁଁ ବୁଦୁ ପରିବାର ସହ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଥିବା କହିଛନ୍ତି। କେବଳ ଚାଷ ସମୟରେ ଗାଁରେ କୁଲି କାମ କରିବା ଆସନ୍ତି ଏବଂ ଚାଷ କାମ ଶେଷ ହେଲେ ଦାଦନ ଯାଆନ୍ତି। ଏଭଳି ଦୟନୀୟ ଅବସ୍ଥାରେ ପରିବାର ରହି ଆସୁଛନ୍ତି।
ତେବେ ପ୍ରାୟ ଏକ ବର୍ଷ ତଳେ ହଠାତ ଦ୍ୱତୀୟ ପୁଅ ଭୂମିଆ(୧୫) ବଡନୀ ଗ୍ରାମରେ ଅସୁସ୍ଥ ହୋଇ ଯାଇଥିଲେ, ଯାହା ଖାଇଲେ ବାନ୍ତି ହେବା ସହ ଝାEk ଓ ପରିସ୍ରା ହେବା ବେଳେ କଷ୍ଟ ହେଉଥିଲା। ପରିବାର ଲୋକଙ୍କ ଆର୍ଥିକ ଅଭାବ ଯୋଗୁଁ ଚେରମୁଳି ଔଷଧ ଉପରେ ନିର୍ଭର କରିଥିଲେ। କିଛି ମାତ୍ରାରେ ଭୂମିଆ ସୁସ୍ଥ ହେବା ପରେ ପୁଣି ପେଟରେ ଦାନା ଯୋଗାଡ଼ କରିବା ପାଇଁ ଦାଦନ ଖଟିବା ପାଇଁ ପରିବାର ତିରୁପତି ଚାଲିଯାଇଥିଲେ। କିଛି ମାସ ପରେ ଭୂମିଆ ତିରୂପତିରେ ଅସୁସ୍ଥ ହୋଇ ଯାଇଥିଲେ। ସେଠାରେ ମାଲିକଙ୍କୁ ଭୂମିଆଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେବା ପରେ ମାଲିକ ନିଜ ଖର୍ଚ୍ଚରେ ଚିକିତ୍ସା କରାଇଥିଲେ।
ଆହୁରି ପଢ଼ନ୍ତୁ: Protest: କମ୍ପାନିକୁ ରାସ୍ତା ତିଆରି ପାଇଁ ଭୂମିପୂଜାକୁ ବିରୋଧ
ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଉ ନଥିବା ଯୋଗୁଁ ନିଜ ଗ୍ରାମକୁ ପଠାଇ ଦେଇଥିଲେ। ଆର୍ଥିକ ଅଭାବ ଯୋଗୁଁ ପରିବାର ଲୋକ ଭୂମିଆଙ୍କ ଚିକିତ୍ସା କରାଇ ନପାରି ଭଗବାନ ଭରସାରେ ଛାଡି ଦେଇ ଛନ୍ତି।ବର୍ତ୍ତମାନ ଖାଇବା ପରେ ବାନ୍ତି ହୋଇ ପେଟରେ କୌଣସି ଖାଦ୍ୟ ରହୁନାହିଁ।ସେହିପରି ଝାଡା ଓ ପରିସ୍ରା ସମୟରେ ସମସ୍ୟା ହେବା ସହ ଛାତି ଜଳାପୋଡା ହେଉଥିବା ଭୂମିଆ କହିଛନ୍ତି। ସ୍ବାସ୍ଥ୍ୟବସ୍ଥା ଧୀରେ ଧୀରେ ଜଟିଳ ହେବା ସହ ଜୀବନ ମରଣ ସହ ସଙ୍ଘର୍ଷ କରୁଥିବା ପରିବାର ଲୋକ ଦୁଃଖର ସହ ପ୍ରକାଶ କରିଛନ୍ତି।ତେଣୁ ପ୍ରଶାସନ ପକ୍ଷରୁ ପୁଅର ମାଗଣା ଚିକିତ୍ସା କରାଇ ଦେବା ପାଇଁ ପରିବାର ଲୋକ ଗୁହାରି କରିଛନ୍ତି।
ଆହୁରି ପଢ଼ନ୍ତୁ: BJP MP Nishikant Dubey: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାଂସଦ ନିଶିକାନ୍ତ ଦୁବେଙ୍କ ସ୍ବତନ୍ତ୍ର ପ୍ରସ୍ତାବ ବିବାଦ
ପ୍ରକାଶ ଯେ ବୁଦୁ ବିନ୍ଧାଣୀ ଓ ତାଙ୍କ ସ୍ତ୍ରୀ ପରିବାର ସହ ବାହାର ରାଜ୍ୟରେ ପ୍ରାୟ ସମୟ ରାହୁଥିବା ଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କ ଆଧାରକାର୍ଡ ଗତକିଛି ଦିନ ତଳେ କରିଥିଲେ। ପୁଅ ଓ ଝିଅମାନଙ୍କ ଆଧାର କାର୍ଡ ଏଯାବତ ହୋଇ ନାହିଁ।ତେଣୁ ସରକାରଙ୍କ ସମସ୍ତ ସୁବିଧାରୁ ଏହି ପରିବାର ବଞ୍ଚିତ ହୋଇଛନ୍ତି।ସେହିଭଳି ପୁଅ ଓ ଝିଅ ମାନେ ବିଦ୍ୟାଳୟ ପିଣ୍ଡା ମାଡି ନଥିବା ପରିବାର ଲୋକ କହିଛନ୍ତି।ପ୍ରଶାସନ ପକ୍ଷରୁ ଏହି ଅସହାୟ ପରିବାରକୁ ରୋଜଗାର ଯୋଗାଇ ଦେବା ସହ ପୁଅର ମାଗଣା ଚିକିତ୍ସା ଓ ଝିଅ ମାନଙ୍କୁ ପାଠ ପଢା ପାଇଁ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/19/whatsapp-image-2026-02-19-16-28-22.jpeg)