ବିଭିନ୍ନ କାରଣରୁ ହରାଇଥିଲେ ମୋବାଇଲ; ୨୬ଜଣଙ୍କୁ ଫେରାଇଲା ପୁଲିସ

ଗାଡ଼ିରେ ଯିବା ବେଳେ କାହାର ମୋବାଲଇ ହଜିଥିଲା, ତ କିଏ ସଂର୍ପକୀୟର ଭୋଜିରେ ଯୋଗଦେବାକୁ ଆସି ମୋବାଇଲ ହରାଇଥିଲା। ଭୁଲ ବଶତ କାହର ମୋବାଇଲ କେଉଁଠି ଛାଡି ଦେଇଥିଲା। ପୁଲିସ ଏବେ ୨୬ଜଣଙ୍କୁ ମୋବାଇଲ ଫେରାଇଛି।

bhanjanagar

ଭଞ୍ଜନଗର: ଗାଡ଼ିରେ ଯିବା ବେଳେ କାହାର ମୋବାଲଇ ହଜିଥିଲା, ତ କିଏ ସଂର୍ପକୀୟର ଭୋଜିରେ ଯୋଗଦେବାକୁ ଆସି ମୋବାଇଲ ହରାଇଥିଲା। ଭୁଲ ବଶତ କାହର ମୋବାଇଲ କେଉଁଠି ଛାଡ଼ି ଦେଇଥିଲା। ଏଭଳି ଏକାଧିକ ମାମଲା ଭଞ୍ଜନଗର ଥାନରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ଏହି ଘଟଣାକୁ ଗୁରୁତର ସହ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରି ହଜିଥିବା ମୋବାଇଲକୁ ଖୋଜି ବାହାର କରିବା ପାଇଁ ବୈଷୟିକ ଟିମ୍ ସହାୟତାରେ ବିଭିନ୍ନ ସ୍ଥାନରୁ ୩୦ଟି ମୋବାଇଲ ଉଦ୍ଧାର କରିବାରେ ସଫଳତା ପାଇଛି। 

ମୋବାଇଲ ଆଜିକା ସମୟର ସମସ୍ତଙ୍କ ପାଇଁ ଦୈନନ୍ଦୀନ ଜୀବନରେ ବହୁତ ଗୁରୁତ୍ବ ବହନ କରୁଥିବା ବେଳେ ମୋବାଇଲ ଦ୍ବାରା ଅନେକ କାର୍ଯ୍ୟ ସମ୍ପାଦିତ ମଧ୍ୟ ହୋଇଥାଏ। ଆଉ ତାହା ପାଖରୁ ଚାଲିଗଲେ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ନିଜର ମୂଲ୍ୟବାନ ଗେଜେଟକୁ ଲୋକ ମାନେ କିଭଳି ଫେରି ପାଇବେ ସେଥିପାଇଁ ପୁଲିସ ଗୁରୁତର ସହ ନେଇ ସଫଳତା ହାସଲ କରିଛି। 

ଆଜି ଭଞ୍ଜନଗର ଥାନାରେ ଏକ ସ୍ବତନ୍ତ୍ର ମୋବାଇଲ ଫେରସ୍ତ ମେଳାରେ ଉଦ୍ଧାର ହୋଇଥିବା ୩୦ ଗୋଟି ମୋବାଇଲରୁ ପୁଲିସ୍ ୨୬ ଜଣ ପ୍ରକୃତ ହିତାଧିକାରୀଙ୍କୁ ସେମାନଙ୍କ ମୋବାଇଲ ଫେରାଇଛି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେବା ସହ ମୋବାଇଲ ମାଲିକ ମାନଙ୍କୁ ସେମାନଙ୍କ ପରିଚୟ ଯାଞ୍ଚ କରି ମୋବାଇଲ ଫେରାଇଥିଲେ। ଭଞ୍ଜନଗର ଥାନାର ଜିଲୁଣ୍ଡି, କଇଣ୍ଡି, ବଦାଙ୍ଗି, ଗୋଲାପଡ଼ା, ଗାଲେରି, ଲଣ୍ଡେଇସାହି, ବୁଗୁଡ଼ା, ବେଲଗୁ୍ଣ୍ଠା, ବାଉଁଶଲୁଣ୍ଡି ଭଳି ଅଞ୍ଚଳ ଲୋକଙ୍କ ବିଜୁ ପଟ୍ଟନାୟକ ପାର୍କ, ବିଭିନ୍ନ ବସ୍, ଭୋଜି କାର୍ଯ୍ୟ ତଥା ବଜାରରୁ ମୋବାଇଲ ହଜିଥିବା ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି। 

ମୋବାଇଲ ହଜିଥିବା ନେଇ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ସଇଆଇଆର୍ ପୋର୍ଟାଲ୍ ମାଧ୍ୟମରେ ହଜିଯାଇଥିବା ମୋବାଇଲ କିଏ କେଉଁଠି କେଉଁ ସିମ୍ ପକାଇ ବ୍ୟବହାର କରୁଛି ତାର ସମସ୍ତ ସୂଚନା ପାଇବା ପରେ ସଂପୃକ୍ତ ଲୋକେସନ୍ ଆଧାରରେ ଲୋକଙ୍କ ନିକଟରେ ପହଞ୍ଚି ହଜିଥିବା ମୋବାଇଲକୁ ଉଦ୍ଧାର କରିଛନ୍ତି। ତେଣୁ ଅଜଣା ମୋବାଇଲ ଯଦି କେହି ପାଆନ୍ତ ତେବେ ତୁରନ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ ଫେରାନ୍ତୁ ନଚେତ ନିକଟସ୍ଥ ଥାନା ସହ ଯୋଗଯୋଗ କରିବାକୁ ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ଆଇ ସମୀର ସେଠୀ, ଲକ୍ଷ୍ମୀଧର ମହାନ୍ତି, ଜ୍ୟୋତ୍ସାମୟୀ ସାହୁ, ଏଏସ୍ଆଇ ଶରତ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ganjam | Crime

ରିପୋର୍ଟ: ବିଶ୍ବମ୍ବର ଜେନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe