ଗାଲେରୀ ମା ଦକ୍ଷିଣକାଳୀ ମନ୍ଦିରରୁ ମୂର୍ତ୍ତି ଚୋରି, ଜଣେ ମହିଳାଙ୍କ ସମେତ ୪ ଗିରଫ

Advertisment
ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

India Today

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଓ ଭଞ୍ଜନଗର ବ୍ଲକ୍ ଅଧୀନ ଗାଲେରି ଗ୍ରାମ ମାଦକ୍ଷିଣକାଳୀ ମନ୍ଦିରରୁ ଆଜି ପାର୍ଶ୍ବଦେବୀଙ୍କ ମୂର୍ତ୍ତି ଚୋରି ମାମଲାରେ ପୁଲିସ ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ମୂର୍ତ୍ତି ଚୋରି କରି ନେଇଯାଉଥିବା ସମୟରେ ଗ୍ରାମବାସୀ କାବୁ କରି ପୁଲିସ ଜିମା ଦେଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁରର ସବିର କୁମାର ପଣ୍ଡା (୪୫), ଶିବାଶିଷ ମହାପାତ୍ର (୨୪), କାର୍ ଡ୍ରାଇଭର୍ କୁନା ବେହେରା (୩୦) ଓ ମହିଳା ଜଣକ ହେଉଛନ୍ତି ଟୁନା ପଣ୍ଡା (୫୪)। ଏନେଇ ତାରସିଂ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି। ସେମାନଙ୍କଠୁ ଏକ ମୂର୍ତ୍ତି ଓ କାର୍ (ଓଡି-୦୭-ଏଲ୍-୬୭୬୮) ଜବତ ହୋଇଛି।

ଆଜି ସକାଳ ୯ଟାରେ ସବିର୍, ଶିବାଶିଷ, ଟୁନା ଓ କୁନା ଗୋଟିଏ କାର୍‌ରେ ମା ଦକ୍ଷିଣକାଳୀ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ। ଶିବାଶିଷ ଓ ଟୁନା ପୂଜା କରୁଥିବା ସମୟରେ ସବିର ମନ୍ଦିର ଦକ୍ଷିଣପାର୍ଶ୍ବରେ ଥିବା ମା’କାଳୀଙ୍କ ମୂର୍ତ୍ତିକୁ ବାହାର କରି ଗୋଟିଏ ବ୍ୟାଗ୍‌ରେ ଭର୍ତ୍ତି କରି ଦେଇଥିଲେ। ମୂର୍ତ୍ତିଟିକୁ ନେଇ କାର୍‌ରେ ପଳାଇବାକୁ ସେମାନେ ଚେଷ୍ଟା କରୁଥିବା ସମୟରେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇଥିଲେ। ତାରସିଂ ପୁଲିସ ସେଠାରେ ପହଞ୍ଚି ୪ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe