ଏମକେସିଜି ମେଡିକାଲ କଲେଜରେ ଛାତ୍ରଙ୍କୁ ରାଗିଂ ଘଟଣା: ୪ ସିନିଅର ଛାତ୍ରକୁ କ୍ୟାମ୍ପସ ମନା

Advertisment
ଏମ୍‌କେସିଜିରେ ରକ୍ତର ଉତ୍କଟ ଅଭାବ: ୟୁନିଟ୍‌ ସଂଖ୍ୟା ୨୩କୁ ଖସିଲା, ନେଗେଟିଭ୍‌ ଗ୍ରୁପ୍‌ ଖାଲି

ବ୍ରହ୍ମପୁର: ଗତ ୯ ତାରିଖ ବିଳମ୍ବିତ ରାତିରେ ଏମକେସିଜି ମେଡିକାଲ କଲେଜର ଦ୍ବିତୀୟ ବର୍ଷର ଛାତ୍ର ରୁଦ୍ର ରାଉତଙ୍କୁ ରାଗିଂ ସହ ଆକ୍ରମଣ ହୋଇଥିଲା । ଏହି ରାଗିଂ ଘଟଣାରେ ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଟି ରାଗିଂ କମିଟି ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଅଭିଯୁକ୍ତ ୪ ସିନିଅର୍ ଛାତ୍ରଙ୍କୁ କ୍ୟାମ୍ପସ୍‌ରୁ ବ୍ୟାନ୍ କରାଯାଇଛି। ତଦନୁଯାୟୀ, ଚତୁର୍ଥ ବର୍ଷ ଛାତ୍ର ଷ୍ଟାଲିନ ମହାପାତ୍ର ଓ ଜ୍ୟୋତିପ୍ରକାଶ ରାଉତ ୨ମାସ ପର୍ଯ୍ୟନ୍ତ କ୍ୟାମ୍ପସ୍‌ରେ ପ୍ରବେଶ କରିପାରିବେ ନାହିଁ। ଉଭୟଙ୍କୁ ହଷ୍ଟେଲ ଛାଡ଼ିବା ସହ କ୍ଲାସ୍‌କୁ ନ ଆସିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ରାଗିଂକୁ ପ୍ରଶ୍ରୟ ଦେବା ଅଭିଯୋଗରେ ଚତୁର୍ଥ ବର୍ଷ ଛାତ୍ର ସୂର୍ଯ୍ୟକାନ୍ତ ନାୟକ ଓ ରମେଶ ସେଠୀଙ୍କୁ ଦୁଇ ସପ୍ତାହ ପାଇଁ ହଷ୍ଟେଲ ଛାଡ଼ିବା ସହ କ୍ଲାସ୍‌କୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେଡିକାଲ କଲେଜର ଓ ହସ୍ପିଟାଲର ଡିନ୍ ପ୍ରଫେସର୍ ଡାକ୍ତର ସନ୍ତୋଷ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe