ଆର୍ମିର ସ୍ବତନ୍ତ୍ର ଡ୍ରେସ କପଡ଼ା ବିକି ହରଡ଼ଘଣାରେ ଦୋକାନୀ: ୪୮୮ ମିଟର କପଡ଼ା ଜବତ କଲା ପୁଲିସ

Advertisment
ଆର୍ମିର ସ୍ବତନ୍ତ୍ର ଡ୍ରେସ କପଡ଼ା ବିକି ହରଡ଼ଘଣାରେ ଦୋକାନୀ: ୪୮୮ ମିଟର କପଡ଼ା ଜବତ କଲା ପୁଲିସ

ବ୍ରହ୍ମପୁର: ଆର୍ମିର ଏକ ସ୍ବତନ୍ତ୍ର ଡ୍ରେସ କପଡ଼ା ବିକି ହରଡ଼ଘଣାରେ ଦୋକାନୀ। ଦୋକାନୀଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ପୁଲିସ ଓ ମିଲିଟାରି ଗୁଇନ୍ଦା ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି। ଦୋକାନରୁ ୪୮୮ ମିଟର କପଡ଼ା ଜବତ କରିଛି ଟାଉନ ଥାନା ପୁଲିସ।

ଗୋଳାବନ୍ଧ ଆର୍ମି ଏଡି କଲେଜର ଜଣେ ବ୍ୟକ୍ତି ଗଞ୍ଜାମ ଗାଲକ୍ସି ଷ୍ଟୋରରେ ଆର୍ମିର ନୂଆ ଡିଜିଟାଲ କମ୍ବାକ୍ଟ ୟୁନିଫର୍ମ ଦେଖିବାକୁ ପାଇଥିଲା। ଜାନୁଆରୀ ୧୫ ତାରିଖରୁ ଏହା ଆର୍ମି ପକ୍ଷରୁ ଏହା ଉପଲବ୍ଧ ହେଉଛି। କେବଳ କିଛି ନିର୍ଦ୍ଧିଷ୍ଟ ଆର୍ମି କ୍ୟାଣ୍ଟିନରେ ଉପଲବ୍ଧ ହେଉଛି। ବାହାରେ ଏହାର ବିକ୍ରି ନିଷିଦ୍ଧ ରହିଛି। ଏହି ଆର୍ମି ଓ ଜାତୀୟ ସୁରକ୍ଷା ପ୍ରତି ବିପଦ। କାରଣ ଏହି କପଡ଼ା ନିର୍ମିତ ଡ୍ରେସ ପିନ୍ଧି ଜଣେ ନିର୍ବିରୋଧରେ ଆର୍ମି କ୍ୟାମ୍ପରେ ପ୍ରବେଶ କରିପାରିବ। ତେବେ କପଡ଼ା ବିକ୍ରି ହେଉଥିବା ଜାଣିବା ପରେ ମିଳିତ ଚଢ଼ଉ ହୋଇଥିଲା। ଦୋକାନୀ ଏହାକୁ କଲିକତାରୁ ଆଣିଥିବା ଓ ଲୁଧିଆନାରେ ତିଆରି ହେଉଥିବା କହିଛି। ପୁଲିସ କଲିକତା ଓ ଲୁଧିଆନାରେ ଯାଞ୍ଚ କରିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe