ଦେଶୀ ମଦ ବିକ୍ରିକୁ ନେଇ ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା କାତି

Advertisment
ଦେଶୀ ମଦ ବିକ୍ରିକୁ ନେଇ ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା କାତି

ବୁଗୁଡ଼ା : ଦେଶୀ ମଦକୁ ବିକ୍ରି ବିବାଦକୁ କେନ୍ଦ୍ର କରି ବୁଲିଛି ଖଣ୍ଡା ଓ କାତି। ଆଉ ଗାଁ ମୁଖ୍ୟ ସଡ଼କ ରକ୍ତରଂଜିତ ପାଲଟିଛି। ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଗୋଲିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଆତଙ୍କ ସୃଷ୍ଟି କରିଛି। ଦେଶୀ ମଦ ବିକ୍ରିକୁ ନେଇ ଆକ୍ରମଣରେ ୫ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆହତ ମାନେ ହେଉଛନ୍ତି, ବୁଗୁଡ଼ାର ଟୁଟୁ ନାୟକ, ଲିଚୁ ବେହେରା, ଗୌରାଙ୍ଗ ନାୟକ, ଡୁସା ନାୟକ ଓ ସୁବୁଦ୍ଧିପଲ୍ଲୀ ଦେଶୀ ମଦଭାଟିର ମ୍ୟାନେଜର୍ ତଥା କୋଦଳା ଥାନା ଦୁଆରଶୁଣି ଗ୍ରାମର ରମେଶ ଚନ୍ଦ୍ର ସାହୁ। ଟୁଟୁ ଓ ରମେଶଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏନେଇ ବୁଗୁଡ଼ା ଥାନାରେ ବର୍ତମାନ ସୁଦ୍ଧା କୌଣସି ଏତଲା ଦାଏର ହୋଇ ନଥିବା ବେଳେ ପୁଲିସ ପକ୍ଷରୁ ଆହତଙ୍କ ବୟାନ ରେକର୍ଡ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe