ଗଞ୍ଜାମ : ସୁସ୍ଥ ହେଲେ ୮୫ ବର୍ଷୀୟ କରୋନା ଆକ୍ରାନ୍ତ

Advertisment
ରାଜ୍ୟରେ କୋଭିଡ ସଂଖ୍ୟା ୧୨୯ ଦିନରେ ୨୧ ହଜାର ଟପିଲା

Intermountain Healthcare

ବ୍ରହ୍ମପୁର/କୁକୁଡ଼ାଖଣ୍ଡି : ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାରେ, ମୃତକଙ୍କ ସଂଖ୍ୟା ଶହେ ଛୁଇଁବାକୁ ଯାଉଛି। ଜିଲ୍ଲାବାସୀ ଭୟଭୀତ ଅବସ୍ଥାରେ। ଏଭଳି ଘଡ଼ିସନ୍ଧି ସମୟରେ ଏକ ଭଲ ଖବର ଗଞ୍ଜାମବାସୀଙ୍କ ଲାଗି ସଞ୍ଜୀବନୀ ସଦୃଶ ହୋଇଛି। ଗତ କିଛିଦିନ ତଳେ ସୋରଡ଼ା ବ୍ଲକ ଅଞ୍ଚଳର ୯୫ ବର୍ଷ ବୟସ୍କ ଉଦୟନାଥ ବିଶୋୟୀ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ଭାରତ ବର୍ଷର ବୟୋଜ୍ୟେଷ୍ଠ କୋଭିଡ଼୍‌ ବିଜେତାଙ୍କ ମଧ୍ୟରେ ଉଦୟ ଅନ୍ୟତମ। ଆଜି ପୁଣି ଜିଲ୍ଲା ପାଇଁ ଆସିଛି ପୁଣି ଏକ ଖୁସି ଖବର। ବ୍ରହ୍ମପୁର ସହର ଉପକଣ୍ଠ ତଥା କୁକୁଡ଼ାଖଣ୍ଡି ବ୍ଲକ ଦକ୍ଷିଣପୁର ଗାଁର ୮୫ ବର୍ଷୀୟ କରୋନା ଆକ୍ରାନ୍ତ ଅଭିମନ୍ୟୁ ସାହୁ କୋଭିଡ଼୍‌କୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କୁ ପ୍ରଥମେ ଜ୍ବର ହେଲା। ଭାତ ଖାଇବାକୁ ଇଚ୍ଛା ହେଲାନି। ପାଣି ବି ପିଇ ପାରିଲେନି। ଏଭଳି ପ୍ରାୟ ୧୫ ଦିନ ଧରି ଅସୁସ୍ଥ ରହିବା ପରେ ଗତ ୧୦ତାରିଖରେ ତାଙ୍କର କୋଭିଡ଼୍‌ ପରୀକ୍ଷା ହୋଇଥିଲା। ପରୀକ୍ଷାର ୬ଦିନ ପରେ ଅର୍ଥାତ ୧୬ତାରିଖରେ ତାଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଆସିଥିଲା। ଏହାପରେ ତାଙ୍କୁ କୋଭିଡ଼୍‌ ହସ୍‌ପିଟାଲରେ ଭର୍ତ୍ତି କରା ଯାଇଥିଲା। ଆଉ ୨୦ ତାରିଖରେ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ। ଏବେ ସେ ସମ୍ପୂର୍ଣ ସୁସ୍ଥ ଥିବା ଆମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଅଭିମୁନ୍ୟ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe