ବ୍ରହ୍ମପୁରରେ ଅବିକା ୨୦୨୫ କ୍ୟାଲେଣ୍ଡର ସିଜିନ-୫ର ଅଡିସନ ଅନୁଷ୍ଠିତ ହୋଇଯାଇଅଛି

Advertisment

ଓଡିଶାରେ ଅନୁଗୁଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର ଆଦି ପ୍ରମୁଖ ସହର ମାନଙ୍କରେ ଅବିକା ୨୦୨୫ କ୍ୟାଲେଣ୍ଡର ସିଜିନ-୫ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ସହିତ ଅଡିସନ ମଧ୍ୟ ଆରମ୍ଭ  ହୋଇଯାଇଛି ।

ଓଡିଶାରେ ଅନୁଗୁଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର ଆଦି ପ୍ରମୁଖ ସହର ମାନଙ୍କରେ ଅବିକା ୨୦୨୫ କ୍ୟାଲେଣ୍ଡର ସିଜିନ-୫ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ସହିତ ଅଡିସନ ମଧ୍ୟ ଆରମ୍ଭ  ହୋଇଯାଇଛି ।

abika

ଭୁବନେଶ୍ୱର:  ଓଡ଼ିଶାର ହସ୍ତତନ୍ତ ତଥା ପାରମ୍ପରିକ ବୁଣାକାର ଏବଂ ବାନ୍ଧକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମସିହାରୁ ଅବିକା ପ୍ରସ୍ତୁତ କରିଆସୁଛି ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର-"ଅବିକା କ୍ୟାଲେଣ୍ଡର"  । ଓଡିଶାରେ ଅନୁଗୁଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର ଆଦି ପ୍ରମୁଖ ସହର ମାନଙ୍କରେ ଅବିକା ୨୦୨୫ କ୍ୟାଲେଣ୍ଡର ସିଜିନ-୫ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ସହିତ ଅଡିସନ ମଧ୍ୟ ଆରମ୍ଭ  ହୋଇଯାଇଛି । ରବିବାର (୧୫ ସେପ୍ଟେମ୍ବର ୨୦୨୪) ସ୍ଥାନୀୟ ଡିସ୍କୋ ଆଣ୍ଡ ଫଙ୍କ୍ ଡାନ୍ସ ଷ୍ଟୁଡିଓ, ବ୍ରହ୍ମପୁର ଠାରେ ଅବିକା ୨୦୨୫ କ୍ୟାଲେଣ୍ଡରର ଅଡିସନ ସିଜିନ-୫ ଅନୁଷ୍ଠିତ ହୋଇଯାଇଅଛି । ଅବିକାର ଏହି ବ୍ରହ୍ମପୁର ଅଡିସନରେ କମେଡି ସେନସେସନ୍ ପ୍ରୀତି ରଂଜନ ପ୍ରଧାନ (ବେକାରିଆ ନୁକ), ମଧୁସୂଦନ ମିଶ୍ର (ଆନ୍ନା କମେଡି), ଓଲିଉଡ ଅଭିନେତ୍ରୀ କିରୋନ ଚୌଧୁରୀ, କୋରିଓଗ୍ରାଫର୍ ପ୍ରଶାନ୍ତ ରାଉତ ଏବଂ ଅବିକାର ନିର୍ଦେଶକ ଅବିନାଶ ସାହୁ ବିଚାରପତି ଭାବେ ଏବଂ ଅତିଥି ଭାବେ ଯୋଗଦେଇଥିଲେ ।

 ବ୍ରହ୍ମପୁର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅନେକ ପ୍ରତିଯୋଗୀ ଏହି ଅଡିସନରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ଅତିଥିମାନଙ୍କୁ ମୟୁର ଚନ୍ଦ୍ରିକା, ଉପହାର ଏବଂ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇଥିଲା । ଅବିକା ଫେସ୍ ଅଫ୍ ବ୍ରହ୍ମପୁରର ଫଳାଫଳ ମଧ୍ୟ ଘୋଷଣା ହୋଇଥିଲା । ସେମାନଙ୍କୁ ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ ଫିନାଲେରେ ସମ୍ମାନିତ କରାଯିବ ବୋଲିି ଅବିକାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ବେକାରିଆ ନୁକ ଏବଂ ଆନ୍ନ କମେଡି ଦୁହେଁ ଅବିକାର ଏହି ଅଡିସନର ରାମ୍ପରେ ମଡେ଼ଲମାନଙ୍କ ସହିତ ୱାକ୍ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe