ପିକ୍ଅପ୍ ଓଲଟିବା ପରେ ପଛରୁ ଧକ୍କା ଦେଲା ଟ୍ୟାଙ୍କର: ଜଣେ ମୃତ, ୮ ଗୁରୁତର

Advertisment
ପିକ୍ଅପ୍ ଓଲଟିବା ପରେ ପଛରୁ ଧକ୍କା ଦେଲା ଟ୍ୟାଙ୍କର: ଜଣେ ମୃତ, ୮ ଗୁରୁତର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ବାହାଘର ସରିବା ପରେ ଆଜି ସକାଳେ ଏକ ପିକ୍ଅପ୍ ଭ୍ୟାନରେ ଝିଅର ଶାଶୁଘରକୁ ଖଟ, ଆଲମାରି ସମେତ କେତେକ ଜିନିଷ ନିଆଯାଉଥିବା ବେଳେ ପଛରୁ ତାହା ଓଲଟି ପଡ଼ିଥିଲା। ଠିକ୍ ସେହି ସମୟରେ ଏକ ଟ୍ୟାଙ୍କର ତାକୁ ଧକ୍କା ଦେଇଥିଲା। ରମ୍ଭା ଥାନା ଏନ୍ଏଚ୍ ୧୬ ରାସ୍ତା ହୁମା ନିକଟରେ ଦୁର୍ଘଟଣା ଘଟିଥିଲା। ଏହାଫଳରେ ଘଟଣାସ୍ଥଳରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିଲା। ଏହାଛଡ଼ା ୪ ମହିଳା ଓ ୩ ଶିଶୁଙ୍କ ସମେତ ୮ଜଣ ଗୁରୁତର ହୋଇଥିଲେ। ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଛତ୍ରପୁର ମେଡିକାଲ ଭର୍ କରିଥିଲେ। ଦୁର୍ଘଟଣାଗ୍ରସ୍ତ ପିକ୍ଅପରେ ଜିନିଷ ଭର୍ତ୍ତି କରି ସେଥିରେ ୧୦ ଜଣ ଯାଉଥିବାର ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe