ଗାଁକୁ ନାହିଁ ଭଲ ରାସ୍ତା: ମହିଳାଙ୍କୁ ୨ କିଲୋମିଟର ଷ୍ଟ୍ରେଚରରେ ବୋହିଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ

Advertisment
ଗାଁକୁ ନାହିଁ ଭଲ ରାସ୍ତା: ମହିଳାଙ୍କୁ ୨ କିଲୋମିଟର ଷ୍ଟ୍ରେଚରରେ ବୋହିଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ

ବ୍ରହ୍ମପୁର: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଅନେକ ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ। ଫଳରେ ସେଠିକାର ଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି। ଏପରିକି ଅନେକ ସମୟରେ ରୋଗୀ ଠିକ ସମୟରେ ହସ୍ପିଟାଲ ଯାଇ ନପାରି ଗୁରୁତର ହୋଇଯିବାର ଅନେକ ନଜିର ମଧ୍ୟ ରହିଛି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ ବ୍ଳକ ଆବରସିଂହ ଗାଁରେ।

ଏହି ଗାଁକୁ ଭଲ ରାସ୍ତାନଥିବାରୁ ଆମ୍ବୁଲାନ୍ସ ପଶିପାରିନଥିଲା। ଫଳରେ ମହିଳାଙ୍କୁ ଆମ୍ବୁଲାନ୍ସ ଯାଏଁ ୨ କିଲୋମିଟର ବାଟ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ ଷ୍ଟ୍ରେଚରରେ ବୋହିନେଇଥିଲେ। ଏଭଳି ସମସ୍ୟ ଭିତରେ ରୋଗୀକୁ ରାୟଗଡ଼ ହସ୍ପିଟାଲରେ ପହଞ୍ଚାଇବା ବେଳକୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe