ଆନ୍ଧ୍ର ଫାଇନାନ୍ସ କଂପାନିର ୪ କର୍ମକର୍ତ୍ତା କୋର୍ଟ ଚାଲାଣ

ଆନ୍ଧ୍ର ଫାଇନାନ୍ସ କଂପାନିର ୪ କର୍ମକର୍ତ୍ତା କୋର୍ଟ ଚାଲାଣ

କାଶୀନଗର: ଆଦିବାସୀ ଯୁବକଙ୍କୁ ଉଠାଇ ନେଉଥିବା ବେଳେ ପୁଲିସ ଦ୍ୱାରା ଗିରଫ ହୋଇଥିବା ଆନ୍ଧ୍ର ଫାଇନାନ୍ସ କଂପାନୀର ୪ ଜଣ କର୍ମକର୍ତ୍ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ବୁଧବାର ଆନ୍ଧ୍ର ପ୍ରଦେଶ ପଲାସା ଗ୍ରାମର ଶ୍ରୀରାମ କମର୍ସିଆଲ ଭେହିକାଲ୍‌ ଫାଇନାନ୍ସର ବ୍ରାଞ୍ଚ ମ୍ୟାନେଜର ବି.ସନ୍ତୋଷ କୁମାର, କଲେକ୍‌ସନ ମ୍ୟାନେଜର ପି.ରମେଶ ନାଇଡୁ, ଏ. ରବି କୁମାର ଓ ଲବ ରାଜୁ ପ୍ରମୁଖ କାଶୀନଗର ଅଞ୍ଚଳରେ ପହଞ୍ଚିଥିଲେ। ଏହି ଫାଇନାନ୍ସ କଂପାନୀ ଆନ୍ଧ୍ରର ଟେକାଲି ଗ୍ରାମର ବେଣୁ ଗୋପାଳକୁ ଏକ ଟ୍ରାକ୍ଟର ପାଇଁ ଫାଇନାନ୍ସ ଦେଇଥିଲେ। ଏବଂ ଏଥିରେ କାଶୀନଗର ଥାନା ଅଲଡା ପଞ୍ଚାୟତ ଅନ୍ତର୍ଗତ ଲେନ୍ତାଗୁଡା ଗ୍ରାମର ଗୋପାଳ ଶବର କୁଆଡେ ଗ୍ୟାରେଣ୍ଟର ରହିଥିଲେ। ଫାଇନାନ୍ସର ଅବଧି ଶେଷ ହୋଇଯାଇଥିବା ସତ୍ତ୍ୱେ ବେଣୁ ଗୋପାଳ ମାସିକ କିସ୍ତି ବାନ୍ଧି ନଥିଲେ।

ସେ ସଂପର୍କରେ ଫାଇନାନ୍ସ କଂପାନୀର କର୍ମଚାରୀ ମାନେ ଗ୍ରାମରେ ପହଞ୍ଚି ଗୋପାଳ ଶବରକୁ ଉଠାଇ ଆଣିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଫାଇନାନ୍ସ କର୍ମଚାରୀମାନେ ଆକ୍ରମଣର ଶୀକାର ହୋଇଥିବା ବେଳେ ଗାଡିକୁ ଭଙ୍ଗାରୁଜା କରିବା ସହ ଥାନା ଘେରାଉ କରିଥିଲେ। ଗଜପତି ଏସ୍‌ପି ଅମୂଲ୍ୟ କୁମାର ଦାସ, ଏସ୍‌ଡିପିଓ ଠାକୁର ପ୍ରସାଦ ପାତ୍ର ଏକ ସେକ୍ସସନ ପୋଲିସ ଫୋର୍ସ ସହିତ ପହଞ୍ଚି ଏହାର ସମାଧାନର ପନ୍ଥା ବାହାର କରିଥିଲେ।
ସେ ଜଣେ ଆଦିବାସୀ ହୋଇଥିବା ଏବଂ ତାଙ୍କୁ ଏହି ଚାରି ଜଣ ଜୋର ଜବରଦୋସ୍ତି ଉଠାଇ ଆଣି ନାନା ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରିଥିଲେ ଗୋପାଳ ଶବର। ତାଙ୍କ ଏତାଲାକୁ ଭିତ୍ତି କରି ଫାଇନାନ୍ସ କର୍ମଚାରୀଙ୍କ ବିରୋଧରେ ମକଦ୍ଦମା ଜୁରୁ କରିବା ସହ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe