ପୂର୍ବତନ ସରପଞ୍ଚଙ୍କ ସମେତ ତିନିଜଣଙ୍କୁ ମରଣାନ୍ତକ ଆକ୍ରମଣ

ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଜଣଙ୍କର ଚାଲିଗଲା ଜୀବନ, ଆଉ ଜଣେ ଗୁରୁତର

image source--new indian express

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲି ଗ୍ରାମରେ ପୂର୍ବତନ ସରପଞ୍ଚଙ୍କ ସମେତ ତିନିଜଣଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗ୍ରାମର ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ କୌଣସି ଏକ ବଚସାକୁ ନେଇ ଏଭଳି ଆକ୍ରମଣ ହୋଇଥିବା ଜଣାପଡିଛି।

ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୁଚନା ଥାଉ କି ଗତ କିଛି ଦିନ ଧରି ଅପରାଧ ଓ ଅପରାଧୀ ମୁକ୍ତ ଥିବା ବ୍ରହ୍ମପୁର ପୁଲିସ ଜିଲ୍ଲା ଏବେ ପୁଣି ନିଜର ପୁର୍ବ ସ୍ଥିତିକୁ ଫେରିଲାଣି। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ କଥା କଥାକେ ଏବେ ଗାଁ ଗାଁ ରେ ଖଣ୍ଡା ବୁଲୁଥିବା ବେଳେ ପରିସ୍ଥିତି ଅଣାୟତ୍ତ ହେବାକୁ ବସିଲାଣି। ଯାହା ଏବେ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଉପରକୁ ଅଙ୍ଗୁଳି ଉଠିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe