ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କୁ ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବି

Advertisment
ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କୁ ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବି

ବ୍ରହ୍ମପୁର: ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କୁ ଆକ୍ରମଣ। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ରୁଢ଼ାପଦର ସରକାରୀ ଆଶ୍ରମ ବିଦ୍ୟାଳୟରେ ରହି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳକ ସୁବଳ ନାଇକଙ୍କୁ ଆକ୍ରମଣ ହୋଇଛି। ପ୍ରଧାନଶିକ୍ଷକଙ୍କ ଜାଣତାରେ କିଛି ସହପାଠୀ ମାନେ ତାଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଗତ ୩୦ ତାରିଖରେ ଏଭଳି ଘଟଣା ଘଟିଥିବା ବେଳେ ପ୍ରଧାନ ଶିକ୍ଷକ ଥାନାରେ ଏତଲା ଦେବା ବଦଳରେ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ୩୧ ତାରିଖରେ ନାବାଳକଙ୍କ ଅଜା ଏନେଇ ଥାନାରେ ଏତଲା ଦେଇଥିଲେ ବି ପୁଲିସ କାହାରିକୁ ଗିରଫ କରିନାହିଁ। ଘଟଣାର ତଦନ୍ତ କରି  ଅଭିଯୁକ୍ତମାନଙ୍କୁ ଗିରଫ ନକଲେ ଶିକ୍ଷା ବଞ୍ଚାଅ ଅଭିଭାବକ ସଂଘ ପକ୍ଷରୁ ଆନ୍ଦୋଳନ ହେବ ବୋଲି କୁହାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe