ଗଂଜାମ ପୁଲିସକୁ ଗୋଟିଏ ଦିନରେ ଡବଲ ସଫଳତା: ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ବାବୁ ନାଏକ ଆହତ

Advertisment
କମିସନରେଟ୍ ପୁଲିସ୍‌କୁ ବୋମାମାଡ଼, ଇନ୍ସପେକ୍ଟର ଓ ୨ ପୁଲିସ ଆହତ

The Tribune

ବ୍ରହ୍ମପୁର: ଗଂଜାମ ପୁଲିସକୁ ଗୋଟିଏ ଦିନରେ ୨ଟି ସଫଳତା ମିଳିଛି। କୁଖ୍ୟାତ ଅପରାଧୀ ବାବୁ ନାଏକକୁ ମଙ୍ଗଳବାର ଅପରାହ୍ନରେ ଗଂଜାମ ପୁଲିସ୍‌ ଏନ୍‌କାଉଣ୍ଟରରେ ଆହତ ହୋଇଛି। ବାବୁକୁ ପୁଲିସ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କରଡ଼ାବଣି ଜଙ୍ଗଲରେ ଏନ୍‌କାଉଣ୍ଟର କରିଛି। ପୁଲିସ୍‌ ବାବୁର ଅନ୍ୟ ଜଣେ ସହଯୋଗୀକୁ ଗିରଫ କରିଥିବା ବେଳେ ୨ ପିସ୍ତଲ ଏବଂ ବାଇକ୍‌ ଜବତ କରିଛି।

ପୁଲିସ୍‌ କହିବା ଅନୁସାରେ ବାବୁ ନାଁରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି। ନିକଟରେ ବାବୁକୁ ପୁଲିସ୍‌ ଏନ୍‌କାଉଣ୍ଟର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରୁ ବାବୁ ଫେରାର ହୋଇଯାଇଥିଲା। ଏହି ଘଟଣାରେ ଗଂଜାମ ପୁଲିସ ୫ଜଣ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଥିଲା। ସୂଚନାଯୋଗ୍ୟ ଗଂଜାମ ପୁଲିସ ଆଜି ସକାଳେ ଅପରାଧୀ ମାଛୁଆକୁ ଏନ୍‌କାଉଣ୍ଟର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe