‘ଅଦମ୍ୟ’ କ୍ଷୁଦ୍ର ଚଳଚ୍ଚିତ୍ରକୁ ମିଳିଲା ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ଗଞ୍ଜାମ ଲୋକକଳାକୁ ନେଇ ଆଧାରିତ ଅଦମ୍ୟ ଚଳଚ୍ଚିତ୍ର ଆଜି ଜାତୀୟ ସ୍ତରୀୟ ଚଳଚ୍ଚିତ୍ର ମହୋତ୍ସବ ନିର୍ମଲ୍ ପାଣ୍ଡେ ସ୍ମୃତି ଫିଲ୍ମ୍ ଫେଷ୍ଟିଭାଲରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି।

Untitled

ହିଞ୍ଜିଳିକାଟୁ: ଗଞ୍ଜାମ ଲୋକକଳାକୁ ନେଇ ଆଧାରିତ ଅଦମ୍ୟ ଚଳଚ୍ଚିତ୍ର ଆଜି ଜାତୀୟ ସ୍ତରୀୟ ଚଳଚ୍ଚିତ୍ର ମହୋତ୍ସବ ନିର୍ମଲ୍ ପାଣ୍ଡେ ସ୍ମୃତି ଫିଲ୍ମ୍ ଫେଷ୍ଟିଭାଲରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି। ବଲିଉଡ୍ ଜଗତର ସୁନାମଧନ୍ୟ କଳାକାର ନିର୍ମଲ ପାଣ୍ଡେଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ମହୋତ୍ସବଟି ଆୟୋଜନ ହୋଇଥିଲା। ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ରାଜ୍ୟରେ ଏହା ଅୟୋଜନ ହୋଇ ଆସୁଅଛି। ପ୍ରଥମ ଥର କରି ବିଜୁ ପଟ୍ଟନାୟକ ଫିଲ୍ମ୍ ଏଵଂ ଟେଲିଭିଜନ ଇନଷ୍ଟୁଡ୍ ଅଫ୍ ଓଡ଼ିଶା କଟକଠାରେ ଅୟୋଜନ ହୋଇଥିଲା। ଏଥିରେ ବଲିଉଡ୍ ଓ ଅଲିଉଡ୍ ର ନାମୀଦାମୀ କଳାକାର ଓ ଟେକ୍ନିସିୟାନ୍ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅଦମ୍ୟ ଚଳଚ୍ଚିତ୍ର ଏକ ନିଆରା ପ୍ରଶଂସା ସାଉଁଟି ପାରିଥିଲା। ଏହି ଚଳଚ୍ଚିତ୍ର ପ୍ରାୟ ୫ଟି ବର୍ଗରେ ପୁରସ୍କୃତ ହୋଇଥିଲା। ଯଥା - ଶ୍ରେଷ୍ଠ ନିର୍ଦ୍ଦେଶକ କ୍ରିଷ୍ଣା ଡିକେ, ଶ୍ରେଷ୍ଠ ଅଭିନେତ୍ରୀ ସଞ୍ଚିତା ପାତ୍ର, ଶ୍ରେଷ୍ଠ ମ୍ୟୁଜିକ୍ - ଅଭିଷେକ ମହାରଣା ଏଵଂ ଡ଼ିକେ, ଶ୍ରେଷ୍ଠ ଚିତ୍ରଉତ୍ତୋଳନ ଭବେ ରଞ୍ଜିତ କୁମାର୍ ରଥ ଅରଦି ବଲିଉଡର ନାମୀଦାମୀ କଳାକାର ଗୋବିନ୍ଦ ନାମଦେବଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ।

ଅଦମ୍ୟ ଚଳଚ୍ଚିତ୍ରର କାହାଣୀ ସୀମାଞ୍ଚଳ ମହାରଣା ଲେଖିଥିବା ବେଳେ ଏହାର ନିର୍ଦ୍ଦେଶନା କ୍ରିଷ୍ଣା ଡିକେ ଦେଇଥିଲେ। ଅଦମ୍ୟର ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ବିବେକ କୁମାର୍ ଡାକୁଆ, ପ୍ରୀତି ରଞ୍ଜନ ପ୍ରଧାନ, ସଞ୍ଜିତା, କାଜଲ, ସୁଇଟି, ଶୁଭମ୍, ଖିରସିନ୍ଧୁ ମହାନ୍ତି, ଗୁରୁଶ୍ରୀ ନାରାୟଣ ମହାରଣା, ମଧୁସୂଦନ ମିଶ୍ର, ସପନ କୁମାର୍ ସେଠୀ, ଗୀତାଞ୍ଜଳି ସାମନ୍ତରାୟ ଏଵଂ ବରିଷ୍ଠ ଅଭିନେତା ଜୟ ପ୍ରକାଶ ଦାସ ପ୍ରମୁଖ ବ୍ୟକ୍ତି ବିଶେଷ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ଆଜି ଗଞ୍ଜାମ ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା। ଏହି ଫେଷ୍ଟିଭାଲର ନିର୍ଦ୍ଦେଶକ ଅନିଲ୍ ଦୁବେ ରହିଥିବା ବେଳେ ଓଡ଼ିଶାର ପରିଚାଳନାର ମୁଖ୍ୟ ଚନ୍ଦ୍ର ଶେଖର ରଥ ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ଭଳି ସଫଳତା ପାଇଁ ଅଦମ୍ୟକୁ ସବୁଆଡୁ ପ୍ରଶଂସା ର ସୁଅ ଛୁଟୁଛି। ଯାହାକି ନୃତ୍ୟମ୍ ହିଞ୍ଜିଳିକାଟୁ ଏକ ନୂଆ ପରିଚୟ ସୃଷ୍ଟି କରି ପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe