ବାଇକ୍ ଦୁର୍ଘଟଣାରେ ସ୍ବାମୀ- ସ୍ତ୍ରୀ ଗୁରୁତର

Advertisment
ବାଇକ୍ ଦୁର୍ଘଟଣାରେ ସ୍ବାମୀ- ସ୍ତ୍ରୀ ଗୁରୁତର

ଭଞ୍ଜନଗର: ଗାଙ୍ଗପୁର ଥାନା ଅଧିନ କଣ୍ଟେଇପଲ୍ଲୀ ନିକଟସ୍ଥ ବନଦୁର୍ଗା ମନ୍ଦିର ନକଟରେ ଏକ ବାଇକ ଦୁର୍ଘଟଣାରେ ସ୍ବାମୀ ସ୍ତ୍ରୀ ଗୁରୁତର ଭାବେ ଆହାତ ହୋଇଛନ୍ତି।

ସୂଚନାଯୋଗ୍ୟ, ଫୁଲବାଣୀର ପ୍ରଭାତ ମହାରଣା(୩୧) ତାଙ୍କ ପତ୍ନୀ କବିତା ମହାରଣା(୨୭)ଏବଂ ପୁଅ ସାଇକୁ ସାଙ୍ଗରେ ନେଇ ଶ୍ବଶରୁ ଘର ବୁଗୁଡ଼ା ଭାମସିଆଳି ଗ୍ରାମକୁ ଯାଇଥିଲେ। ସେଠାରୁ ଫୁଲବାଣୀ ଫେରୁଥିବା ବେଳେ ଅପରାହ୍ନ ୩ ଟା ସମୟରେ କଣ୍ଟେଇପଲ୍ଲୀ ନିକଟରେ ଭାରସାମ୍ୟ ହରାଇ ପ୍ରଭାତ ମହାରଣା ରାସ୍ତା ଉପରେ କଚାଡି ହୋଇପଡିଥିଲେ। ଯାହା ଫଳରେ ପ୍ରଭାତଙ୍କ ଛାତିରେ ପ୍ରବଳ ଆଘାତ ଲାଗିଥିବା ବୋଳେ କବିତାଙ୍କ ମୁଣ୍ଡ ଓ ବାମ ହାତରେ ଆଘାତ ଲାଗିଛି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଡାକ୍ତର ବ୍ରହ୍ମପୁର ମେଡିକାଲ୍କୁ ସ୍ଥାନାନ୍ତର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe