ଭଞ୍ଜନଗର: ଗଞ୍ଜାମଜିଲ୍ଲା ତାରସିଂ ଥାନା ଅଧୀନ ମାଣପୁର-ବାଲିସାହି ରାସ୍ତାରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବାରୁଡା ପଞ୍ଚାୟତ ଅଧିନ ବିଲିପଡା ଗ୍ରାମର ଭଜ ନାୟକଙ୍କ ପୁଅ ପ୍ରଭାତ ନାୟକ(୨୩)।

Advertisment

ଗଛରେ ପିଟି ହୋଇ ଯାଇଥିଲେ ପ୍ରଭାତ

ସେ ବାଲିସାହିକୁ ଏକ ପାରିବାରିକ ଭୋଜି କାର୍ଯ୍ୟକୁ ଯୋଗଦେବାକୁ ଯାଇଥିଲେ। ଏହି ସମୟରେ ମାଣପୁର ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ନିକଟ ଗଛରେ ପିଟି ହୋଇ ଯାଇଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।

Mukul Roy Death ପରଲୋକରେ ପୂର୍ବତନ ରେଳମନ୍ତ୍ରୀ ତଥା ଟିଏମ୍‌ସି ନେତା ମୁକୁଲ ରାୟ

ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ କେସ ନମ୍ବର ୬୦ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଛି।