ଡମ୍ଫର ଧକ୍କାରେ ବାଇକ୍ ଆରୋହୀ ଗୁରୁତର

Advertisment
ଡମ୍ଫର ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ଫିରିଙ୍ଗିଆ: ଫିରିଙ୍ଗିଆ ଅଞ୍ଚଳରେ ଡମ୍ପର ଧକ୍କାରେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଯୁବକ ଜଣକ ପଡ଼ୋଶୀ ବୌଦ୍ଧ ଜିଲ୍ଲା ସଗଡା ଫାଣ୍ଡି ସ୍ଥିତ ଲାହୁରପଡ଼ା ଗ୍ରାମର ସୁଦର୍ଶନ କହଁର ବୋଲି ଜଣାପଡ଼ିଛି। ସୁଦର୍ଶନ କୈାଣସି କାମରେ ଗୋଛାପଡ଼ାରୁ ନିଜ ଗାଁକୁ ବାଇକ୍ ଯୋଗେ ଯାଉଥିବା ବେଳେ ବାଲନ୍ଦାପଡ଼ା ମେଡିକାଲ ସମ୍ମୁଖରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଡମ୍ପର ଗାଡ଼ି ଧକ୍କା ଦେଇଥିଲା।ଏଥିରେ ତାଙ୍କର ଡାହାଣ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଗୁରୁତର ଅବସ୍ଥାରେ ସମାଜସେବୀ ବାବୁଲା କହଁର, ପେଟାଭାଇ ଓ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ବାଲନ୍ଦାପଡା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ସୁଦର୍ଶନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe