ବିଦା ହେଲେ ବିପିନ: ଦଳ ବିରୋଧୀ କାମ ପାଇଁ ବିଜେଡ଼ିରୁ ବହିଷ୍କୃତ ହେଲେ ଦିଗପହଣ୍ଡି ଜିଲ୍ଳା ପରିଷଦ ବିପିନ ପ୍ରଧାନ

Advertisment
ବିଦା ହେଲେ ବିପିନ: ଦଳ ବିରୋଧୀ କାମ ପାଇଁ ବିଜେଡ଼ିରୁ ବହିଷ୍କୃତ ହେଲେ ଦିଗପହଣ୍ଡି ଜିଲ୍ଳା ପରିଷଦ ବିପିନ ପ୍ରଧାନ

ଦିଗପହଣ୍ଡି: ଶୁକବ୍ରାର ଦିଗପହଣ୍ଡିର ଜିଲ୍ଳା ପରିଷଦ ବିପିନ ପ୍ରଧାନଙ୍କୁ ବିଜେଡି ଦଳରୁ ବହିଷ୍କୃତ କରିଛି। ସେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ତାଙ୍କୁ ବହି‌ଷ୍କୃତ କରାଯାଇଛି। ରାଜ୍ୟ ସଂପାଦକ ମାନସ ମଙ୍ଗରାଜ ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି। ଦଗପହଣ୍ଡିରେ ଗୁରୁବାର ଦିନ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିବାଦ ଦେଖିବାକୁ ମିଳିଥିଲା। କିଛି ସୂଚନା ବିନା ହିଁ ନିର୍ବାଚନ ସ୍ଥଗିତ କରି ଦିଆଯାଇଥିଲା। ଏହାକୁ ନେଇ ଦଳ ଭିତରେ ହିଁ କନ୍ଦଳ ଦେଖା ଯାଇଥିଲା।  ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଏବଂ ବିପିନ ପ୍ରଧାନଙ୍କ ସମର୍ଥକମାନଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖା ଦେଇଥିଲା।

ନିର୍ବାଚନ ବାତିଲକୁ ନେଇ ବିପିନ ପ୍ରଧାନଙ୍କ ସମର୍ଥକମାନେ ରାସ୍ତା ରୋକ କରିବା ସହ ବ୍ଲକ ଅଫିସରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ତେବେ ସେ କ’ଣ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନ ହୋଇଥିଲେ ବି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ଜୁନ୍‌ ୧୧ ତାରିଖରେ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଅଧ୍ୟକ୍ଷା ସୁନୀତା ସେଠୀଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଗପହଣ୍ଡି ବ୍ଲକର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବା ହେତୁ ନିର୍ବାଚନ ହୋଇଥାନ୍ତା। ମାତ୍ର ନିର୍ବାଚନ କମିସନ ଗତକାଲି ଏହି ନିର୍ବାଚନକୁ ସ୍ଥଗିତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe