ବିଜେଡି ନେତା ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ହାଜର ହେବେ ଗୋଲକ

Advertisment

ସୁରକ୍ଷା ଦୃଷ୍ଟିରୁ ୧ପ୍ଲାଟୁନ୍ ପୁଲିସ ମୁତୟନ

ସୁରକ୍ଷା ଦୃଷ୍ଟିରୁ ୧ପ୍ଲାଟୁନ୍ ପୁଲିସ ମୁତୟନ

ଛତ୍ରପୁର: ଛତ୍ରପୁରର ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ସମନ ପାଇଥିବା ଦୁଇ ବିଜେପି ନେତାଙ୍କ ମଧ୍ୟରୁ ଆସନ୍ତା କାଲି ବରିଷ୍ଠ ବିଜେପି ନେତା ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର ଛତ୍ରପୁର ଥାନାରେ ହାଜର ହେବେ। ଏଥିପାଇଁ ଗଞ୍ଜାମ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ତଦନ୍ତ ଅଧିକାରୀ ତଥା ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ବିଜେପି ନେତା ଗୋଲକଙ୍କୁ ଜେରା ବେଳେ ତଦନ୍ତ ଅଧିକାରୀଙ୍କ ସମେତ ଅତିରିକ୍ତ ତଦନ୍ତ ଅଧିକାରୀ ତଥା ସାମୁଦ୍ରିକ ଥାନା ଅଧିକାରୀ ବିଶ୍ବଜିତ୍‌ ରାଉତରାୟ, ସଦର ମହକୁମା ଡିଏସ୍‌ପି ଦିଲୀପ କୁମାର ଦାଶ ଓ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ପ୍ରମୁଖ ଉପସ୍ଥିତ ରହିବେ। ଜେରା ପାଇଁ ପୁଲିସର ଟେକନିକାଲ ୟୁନିଟ୍ ପ୍ରଶ୍ନ ପ୍ରସ୍ତୁତ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି କହିଛନ୍ତି, ସ୍ବାଗତ ପାଇଁ ଜିଲ୍ଲାର ୧୩ଟି ନିର୍ବାଚନ ମଣ୍ତଳୀରୁ ପ୍ରାୟ ୧୫ ଶହ ବିଜେପି କର୍ମୀ ଛତ୍ରପୁର ଯିବେ। ଗୋଲକ ଯଦି କୌଣସି କାରଣରୁ ଆସିପାରୁ ନାହାନ୍ତି ତେବେ ସମୟ ମଗାଯିବ ବୋଲି ସେ କହିଛନ୍ତି। ଏହି ହତ୍ୟା ମାମଲାରେ ଆସନ୍ତା ୯ ତାରିଖରେ ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ରଙ୍କୁ ଛତ୍ରପୁର ଥାନାରେ ହାଜର ହେବାକୁ ଗଞ୍ଜାମ ପୁଲିସ ସମନ ଜାରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe