ଶେରଗଡ଼: ଗଂଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ସୁନାନ୍ତର ଛକରେ ଗତ ଜୁଲାଇ ୨୫ ତାରିଖ ସନ୍ଧ୍ୟାରେ ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କ ଉପରକୁ ବୋମା ଏବଂ ଗୁଳିମାଡ଼ ଘଟଣାରେ ପୁଲିସ ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଆଜି ଭୋରରୁ ଉଠାଇ ଆଣିଛି। ଏହି ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହେବା ମାତ୍ରେ ତାଙ୍କ ସମର୍ଥକ, ବହୁ ନିର୍ବାଚିତ ପ୍ରତିନିଧି, ବିଜେଡି କର୍ମୀମାନେ ଶେରଗଡ଼ ଥାନା ସମ୍ମୁଖରେ ପହଞ୍ଚି ଉତ୍ତେଜନା ସୃଷ୍ଟି କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ସନ୍ତୋଷଙ୍କୁ ଗିରଫ କରାଯାଇଥିବା ପ୍ରତିବାଦ କରି ତୁରନ୍ତ ଖଲାସ ଦାବି କରିଛନ୍ତି।
ସନ୍ତୋଷଙ୍କ ସମର୍ଥକମାନେ ଦୀର୍ଘ ଘଣ୍ଟା ଧରି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଆସିକା ଏସ୍ଡିପିଓ ସନ୍ତୋଷ କୁମାର ଜେନା, ଶେରଗଡ଼ ଥାନା ଅଧିକାରୀ ବରେନ୍ଦ୍ର ଶିଆଳ, ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ମୁତୟନ ଥିବା ବେଳେ ଅପରାହ୍ନରେ କଡ଼ା ସୁରକ୍ଷା ବଳୟରେ ଶେରଗଡ଼ କୋର୍ଟରେ ସନ୍ତୋଷଙ୍କୁ ନିଆ ଯାଇଥିଲା। ସନ୍ତୋଷଙ୍କ ଜାମିନ ନାମଞ୍ଜୁର ପରେ ତାଙ୍କୁ ଆସିକା ଜେଲ୍କୁ ପଠାଇ ଦିଆଯାଇଛି।
ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ପୁଲିସ ଉଠାଇ ନେଇଥିବା ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହେବା ମାତ୍ରେ ତାଙ୍କ ସମର୍ଥକ, ବହୁ ନିର୍ବାଚିତ ପ୍ରତିନିଧି, ବିଜେଡି କର୍ମୀମାନେ ଶେରଗଡ଼ ଥାନା ସମ୍ମୁଖରେ ପହଞ୍ଚି ଉତ୍ତେଜନା ସୃଷ୍ଟି କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ସନ୍ତୋଷଙ୍କୁ ଗିରଫ କରାଯାଇଥିବା ପ୍ରତିବାଦ କରି ତୁରନ୍ତ ଖଲାସ ଦାବି କରିଛନ୍ତି। ଏହି ସମୟରେ ଥାନା ସମ୍ମୁଖରେ ପ୍ରବଳ ଉତ୍ତେଜନା ଦେଖାଯାଇଛି।
ସୂଚନାଯୋଗ୍ୟ, କାଳିଆ ଜେନାଙ୍କୁ ହତ୍ୟା ମାମଲାରେ ଶେରଗଡ଼ ପୁଲିସ ୧୧ଜଣଙ୍କୁ ଗିରଫ କରିଛି। ୧୦ଟି ମାଉଜର ଜବତ କରିଛି। ପୂର୍ବରୁ କୃଷ୍ଣ ସେଠୀ, କାମେଶ୍ୱର ଗୌଡ଼, ଅମିତାଭ ବିଷୋୟୀ, ସିମାଞ୍ଚଳ ବିଷୋୟୀ, ବଂଶୀଧର ବିଷୋୟୀ, ସୂରିଆ ନାଇକ, ଜମିର ଖାନ, ବଖାରି ଖାନ, ସୁଦର୍ଶନ ଗୌଡ଼,ତପନ ଗୌଡ଼, ସଲିମ ଖାନ ଗିରଫ ହୋଇଥିଲେ।
BJD | politics
Follow Us