ଖଲ୍ଲିକୋଟରେ ଚାଞ୍ଚଲ୍ୟ: ବୋମାମାଡ଼ରେ ଦୁଇ ଆହତ

Advertisment
ଖଲ୍ଲିକୋଟରେ ଚାଞ୍ଚଲ୍ୟ: ବୋମାମାଡ଼ରେ ଦୁଇ ଆହତ

public.app

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଆଜି ସକାଳ ପ୍ରାୟ ୭ଟା ବେଳେ ତୁଳସୀପୁର ପଞ୍ଚାୟତ ହରିପୁର ଗ୍ରାମରେ ବୋମାମାଡ଼ ହୋଇଛି। ଏହି ଘଟଣାରେ ଦୁଇଜଣ ଆହତ ହୋଇଛନ୍ତି। ଦୁଇ ଆହତ ହେଲେ ନିରଞ୍ଜନ ଦାସ (୨୭) ଓ ଶ୍ରୀନିବାସ ଦାସ (୨୫)। ଦୁହେଁ ଘର ପିଣ୍ଢାରେ ବସିଥିବା ବେଳେ ଦୁଇଜଣ ଆସି ଉଭୟଙ୍କ ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଖଲ୍ଲିକୋଟ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଏଣେ ଦୁଇ ଆହତ ନିରଞ୍ଜନ ଦାସ ଓ ଶ୍ରୀନିବାସ ଦାସଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ଶୁଣିବାକୁ ମିଳୁଛି ଯେ ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନର ବିବାଦ କାରଣରୁ ଏହି ବୋମାମାଡ଼ ହୋଇଛି। ତେବେ ଏଯାଏଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe