ତପ୍ତପାଣି ଘାଟିରେ ବସ୍ ବ୍ରେକଫେଲ୍‌, ୧୦ ଆହତ

ତପ୍ତପାଣି ଘାଟିରେ ବସ୍ ବ୍ରେକଫେଲ୍‌, ୧୦ ଆହତ

ପାଟପୁର: ଗଞ୍ଜ‌ାମ ଜିଲ୍ଲା ପାଟପୁର ଥାନା ଅଧୀନ ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ‘ମହାଲକ୍ଷ୍ମୀ’ ନାମକ ଘରୋଇ ବସ୍‌ଟି ଗଜପତି ଜିଲ୍ଲା ଅଡ଼ବାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ତପ୍ତପାଣି ଘାଟି ତଳକୁ ଖସୁଥିବା ସମୟରେ ବ୍ରେକ୍‌ଫେଲ୍‌ ହୋଇଯିବାରୁ ଭାରସାମ୍ୟ ହରାଇ ପାଳୁଖୋଳା ନିକଟ ବୁଲାଣିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଥିଲା। ପାଟପୁର ପୁଲିସ ଓ ସାନଖେମୁଣ୍ଡି ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପୋଡ଼ାମାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe