image source--hindustan times
ବ୍ରହ୍ମପୁର: ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହ କଥା ହେବେ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବେ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଏହି ସମୟରେ କରୋନା ମୁକାବିଲା ସଂପର୍କରେ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ କିଛି ବାର୍ତ୍ତା ଦେଇପାରନ୍ତି ବୋଲି କୁହାଯାଉଛି।
ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା ଭାଇରସ ନିୟନ୍ତ୍ରଣକୁ ଆସିଛି ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।। ପୂର୍ବ ତୁଳନାରେ ଏହା ଏବେ ୩ ଗୁଣ ଅଧିକ କରୋନା ନମୁନା ପରୀକ୍ଷା କରାଯାଉଛି। କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ଦିନକୁ ଦିନ ହ୍ରାସ ପାଉଛି। ଏ ପର୍ଯ୍ୟନ୍ତ ଗଂଜାମରେ ୭୮ ପ୍ରତିଶତ ରୋଗୀ ସୁସ୍ଥ ହୋଇସାରିଛନ୍ତି। ଗଂଜାମ ବ୍ରହ୍ମପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି, ପରବର୍ତ୍ତୀ ସପ୍ତାହ ବେଳକୁ ପଜିଟିଭ ସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି।
/sambad/media/post_attachments/wp-content/uploads/2020/08/gamjam-750x430.jpg)
ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି, କରୋନା ମୁକାବିଲା ଲାଗି ଆମେ ଭିତ୍ତିଭୂମିକୁ ମଜବୁତ କରିଛୁ। ଜିଲ୍ଲାରେ ୩ଟି କୋଭିଡ ହସ୍ପିଟାଲ ନିର୍ମାଣ କରାଯାଇଛି। ଏଥିରେ ୫୦୦ରୁ ଅଧିକ ଶଯ୍ୟା ଅଛି। ଅଗଷ୍ଟରେ ଆହୁରି ୧୦୦ ଶଯ୍ୟାର ବ୍ୟବସ୍ଥା କରାଯିବ। ସେହିପରି ହସ୍ପିଟାଲରେ ୯୦ଟି ଆଇସିୟୁ ୟୁନିଟ ଅଛି। ୧୭୦୦ ଅକ୍ସିଜେନ ସିଲିଣ୍ଡର ଅଛି। ୭୨୫ ଅକ୍ସିଜେନ ସପୋର୍ଟ ଶଯ୍ୟା ଅଛି। ଜିଲ୍ଲାରେ ୨ଟି କୋଭିଡ କେୟାର ସେଣ୍ଟର ଅଛି। ତେଣୁ ସ୍ବାସ୍ଥ୍ୟ ଭିତ୍ତଭୂମି ନେଇ ଜିଲ୍ଲା ପୂରା ପ୍ରସ୍ତୁତ ଅଛି।
Follow Us