ଧରାକୋଟ: ଗଂଜାମ ଜିଲ୍ଲା ଧରାକୋଟ ବ୍ଲକର ମୁଣ୍ଡମରାଇ ପଞ୍ଚାୟତ ଅନ୍ତର୍ଗତ ପୋଡ଼ାପଲି ଗ୍ରାମର ବୁଲୁ ପ୍ରଧାନ ଓ ପ୍ରମଦା ପ୍ରଧାନଙ୍କ ପୁଅ ଶୁଭମ କୁମାର ପ୍ରଧାନ (୧୭) ଆଜି ଗାଁ ନିକଟରେ ପ୍ରବାହିତ ହେଉଥିବା ଋଷିକୁଲ୍ୟା ନଦୀକୁ ସକାଳ ନଅ ଘଣ୍ଟା ସମୟରେ ଗାଧୋଇବାକୁ ଯାଇଥିବା ବେଳେ ନଈ ତୁଠରେ ଅଚାନକ ଗୋଡ଼ ଖସିଯିବାରୁ ଭରା ନଈରେ ଭାସି ଯାଇଥିଲେ। ତୁରନ୍ତ ଏହି ଖବର ପାଇବା ପରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି,ଧରାକୋଟ ଓ ଆସିକା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଶୁଭମ ଙ୍କର କୌଣସି ପତ୍ତା ମିଳିନଥିଲା।
ପ୍ରକାଶଯୋଗ୍ୟ ଶୁଭମ ବ୍ରହ୍ମପୁର ସ୍ଥିତ ବେଦବ୍ୟାସ କଲେଜରେ ଯୁକ୍ତ ଦୁଇ ଶ୍ରେଣୀରେ ପଢୁଛନ୍ତି। ଏହି ଘଟଣା ଧରାକୋଟ ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।
ganjam
Follow Us