ମୁଖ୍ୟ ଅଭିଯୁକ୍ତ ସହ ଫଟୋ ଉଠାଉଥିବା ୫ ଗିରଫ

Advertisment

କଲେଜ ଛାତ୍ରୀ ଦୁଷ୍କର୍ମ ମାମଲା

କଲେଜ ଛାତ୍ରୀ ଦୁଷ୍କର୍ମ ମାମଲା

ମୁଖ୍ୟ ଅଭିଯୁକ୍ତ ସହ ଫଟୋ ଉଠାଉଥିବା ୫ ଗିରଫ

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ପୀଠ ବୁଢାକେନ୍ଦୁ ପୀଠ ଜଙ୍ଗଲରେ ଗତକାଲି ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଗାଙ୍ଗପୁର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୁଖ୍ୟ ଅଭିଯୁକ୍ତ କ୍ଷତ୍ରିୟବରପୁରର ଶିବ ନାଇକ (୨୩) ସମେତ ତା’ର ୫ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଗିରଫ ମାନେ ହେଲେ ସାନସାଦରା ଗ୍ରାମର ଅମୀର କୁମାର ଗୌଡ଼(୧୮), ରାକେଶ କୁମାର ବରାଡ଼(୧୮), ଗାଙ୍ଗପୁର ଗ୍ରାମର ରାଘବ ବିଷୋୟୀ (୨୩), କ୍ଷତ୍ରିୟବରପୁରର ଶିଶିର ନାୟକ(୩୧) ଓ କ୍ଷତ୍ରିୟବରପୁର ବଜରଙ୍ଗି ନଗରର ପବିତ୍ର ସେଠୀ(୧୮)। ଶିବ ହିଁ ସଂପୃକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ବେଳେ ତା’ର ଅନ୍ୟ ୫ ସହଯୋଗୀ ଏଥିରେ ସହଯୋଗ କରିଥିଲେ ଓ ଦୁଷ୍କର୍ମ ବେଳର ଫଟୋ ଉତ୍ତୋଳନ କରିଥିଲେ। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଭଂଜନଗର ଏସ୍‌ଡିପିଓ ଉତ୍କଳ କେଶରୀ ଦାଶ ଏବଂ ଗାଙ୍ଗପୁର ଥାନା ଅଧିକାରୀ ଚିତ୍ତରଂଜନ ବେହେରା ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଆଜି ମୁଖ୍ୟ ଅଭିଯୁକ୍ତ ଶିବ ଓ ଦୁଷ୍କର୍ମର ଶିକାର ଛାତ୍ରୀଙ୍କ ଡାକ୍ତରୀ ମାଇନା କରାଯାଇଛି। ଭୁବନେଶ୍ୱରରୁ ରାଜ୍ୟ ମାନବାଧିକାର କମିସନ ପକ୍ଷରୁ ସସ୍ମିତା ଦାଶଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୁଲିସ ସହ ଆଲୋଚନା କରିଛନ୍ତି। ଘଟଣାକୁ ନେଇ ପ୍ରତିକ୍ରିୟା ରଖି ଗଂଜାମ ଏସ୍‌ପି ଆଶିଷ ସିଂ କହିଛନ୍ତି, ଏହା ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁର୍ଭାଗ୍ୟଜନକ ଘଟଣା। ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ଖୁବ୍‌ ଶୀଘ୍ର ଚାର୍ଜସିଟ୍‌ ଦାଖଲ ପାଇଁ ଉଦ୍ୟମ ଆରମ୍ଭ ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe